ବିଜେପୁର :-ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମକୁ ଉଠାଜଳସେଚନ ବିଭାଗର କାର୍ଯ୍ୟନିର୍ବାହି ଯନ୍ତ୍ରୀ ସୂର୍ଯ୍ୟନାରାୟ ତ୍ରିପାଠୀ ପରିଦର୍ଶନ ରେ ଆସିଥିଲେ l ଚାଷୀମାନଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଓ ଏଲ ଆଇ ସି ର କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ୧୫ ଟି କ୍ଲଷ୍ଟର ୬୭ ଟି ବୋରୱେଲ ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଯିବ ଓ ବାକିତକ ୫୬ ଟି ବୋରୱେଲ ର କାର୍ଯ୍ୟକୁ ତ୍ଵରାନ୍ୱିତ କରାଯିବ ବୋଲି ଚାଷୀ ମାନଙ୍କୁ ପ୍ରତିଶୃତି ଦେଇଥିଲେ l ପୂର୍ଵରୁ ଲାଗିଥିବା ୩ ଟି ଉଠାଜଳସେଚନ ର ଯାହାବି ଅକାମି ହୋଇପଡିଛି ତାକୁ ଚାଲୁ କରାଯିବ ବୋଲି କହିଥିଲେ l ଉତ୍ତଳିନଦୀ ରେ ଏକ ଚେକଡ୍ୟାମ ଟିଏ କରିବାପାଇଁ ଚାଷୀମାନେ ଦାବି କରିବାରୁ ଉକ୍ତ ଦାବିକୁ ସେ ବିଭାଗକୁ ଜଣାଇବାକୁ ସେ କହିଥିଲେ l
Sign in
Sign in
Recover your password.
A password will be e-mailed to you.