ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ୨୦୨୫ ଉପଲକ୍ଷେ ପଥଉତ୍ସବ ଓ ୱାକାଥନ

2

ନବରଂଗପୁର ତା ୨୪.୧୦.୨୦୨୪: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ଅଶୋକ ମେହେଟା ସମ୍ମିଳନୀ ଗୃହ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲା ସଦର ମହକୁମାରେ ପଥଉତ୍ସବ ଓ ୱାକାଥନ୍ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ଡା, ସି ଡି ଓ, ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ୍ ,ଉପ ଜିଲ୍ଲାପାଳ ନବରଙ୍ଗପୁର ଶ୍ରୀ ପ୍ରକାଶ ଚନ୍ଦ୍ର ମିଶ୍ର,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବଟକୃଷ୍ଣ ମିଶ୍ର ଙ୍କ ସହ ସମସ୍ତ ବି ଡି ଓ,ତହସିଲଦାର ନନ୍ଦାହାଣ୍ଡି , ନବରଂଗପୁର, ଡି ସି ଓ, ଆର୍ ଟି ଓ, ଡି ଆଇ ପି ଆର୍ ଓ,ଅଗ୍ନିଶମ ଅଧିକାରୀ, ନେହରୁ ଯୁବ କେନ୍ଦ୍ର ଯୁବ ସଂଯୋଜକ, ଅଧକ୍ଷ,ନବରଙ୍ଗପୁର ମହାବିଦ୍ୟାଳୟ,ମହିଳା ମହାବିଦ୍ୟାଳୟ,ମୋଡେଲ ଡିଗ୍ରୀ କଲେଜ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ।୨୦୨୫ ମସିହା ପାଇଁ ଯେଉଁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ଏବଂ ନୂତନ , ତୃଟିଶୁନ୍ୟ ଚୁଡାନ୍ତ ଭୋଟର ତାଲିକା ପ୍ରସ୍ତୁତି କରାଯିବ ସେଥିପାଇଁ ନୂତନ ଭୋଟର ଙ୍କୁ ଆକୃଷ୍ଟ କରିବା , ଅନଲାଇନ୍ ପଞ୍ଜୀକରଣ କରିବା କୁ ନିର୍ବାଚନ କମିଶନ ତରଫରୁ ବିଶେଷ ଧ୍ୟାନ ଦିଆଯାଉଛି।ଏହି ଭୋଟର ସଚେତନତା ସୃଷ୍ଟି ପାଇଁ ନବରଙ୍ଗପୁର ଜିଲ୍ଲାରେ ପଥଉତ୍ସବ ଓ ୱାକଥନ ଭଳି କାର୍ଯ୍ୟକ୍ରମ ଜିଲ୍ଲା ନିର୍ବାଚନ କାର୍ଯ୍ୟଳୟ ତରଫରୁ ବିଶେଷ ପଦକ୍ଷେପ ନିଆଯାଉଛି।

ବୈଠକ ରେ ସର୍ବ ସମ୍ମତି କ୍ରମେ ତା ୨୯.୧୦.୨୦୨୪ ରିଖ ଦିନ ସକାଳ ୭.୩୦ ମିନିଟ ସମୟରେଏକ ପଥ ଉତ୍ସବ କାର୍ଯ୍ୟକ୍ରମ ଗାନ୍ଧୀ ଛକ ଠାରୁ ଆମ୍ବେଦକର ଛକ ଏବଂ ୱାକାଥନ ପୌରପରିଷଦ ଛକ ରୁ ଜିଲ୍ଲା ପରିଷଦ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ସେଭଳି ମାନବ ଶୃଙ୍ଖଳ ମଧ୍ୟ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ,ସ୍କୁଲ କଲେଜ ଛାତ୍ର ଛାତ୍ରୀ, ଜନ ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା,ନୂତନ ଭୋଟର,ବିଭିନ୍ନ ମହାବିଦ୍ୟାଳୟର “ମୁଁ ବି ମିତା” ଛାତ୍ରୀ ମାନେ, ବି ଏଲ୍ ଓ, ସହର ର ବୁଦ୍ଧିଜୀବୀ, ଏନ୍ ଏସ ଏସ, ସ୍କାଉଟ, ଏନ୍ ସି ସି ଦଳ , କଳାକାର ମାନେ ଯୋଗ ଦେବେ।ପଥ ଉତ୍ସବ ରେ ସାଂସ୍କୃତିକ କାର୍ଯ୍ୟକ୍ରମ, ରଙ୍ଗୋଲି, ପଥପ୍ରାନ୍ତ ନାଟକ, ସଚେତନତା ବୋର୍ଡ,ସଭା ଅନୁଷ୍ଠିତ ହେବ। ସ୍ୱାସ୍ଥ୍ୟ ବିଭାଗର ଆମ୍ବୁଲାନ୍ସ,ଅଗ୍ନିଶମ ବିଭାଗର ଯାନ,ଟ୍ରାଫିକ ନିୟନ୍ତ୍ରଣ,ଶାନ୍ତି ଶୃଙ୍ଖଳା ର ବ୍ୟବସ୍ଥା କରାଯାଇଛି। ବୈଠକ ରେ ଡେପୁଟି କଲେକ୍ଟର (ନିର୍ବାଚନ ଶାଖା )ମନସ୍ମିତା କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.