ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅବସରରେ ଜନ ସାଧାରଣଙ୍କୁ କିପରି ସଚେତନତା କରାଯିବ ସେବିଷୟରେ ଆଲୋଚନା କରାଯାଇଥିଲା। ପରିବହନ ନିୟମର କଡ଼ାକଡ଼ି କରାଯାଇ ମୁଖ୍ୟତଃ ମଦ୍ୟପାନ କରି ଗାଡ଼ି ଚାଳନା କଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ , ଯାନବାହାନ ଗୁଡ଼ିକୁ ଅଧିକ ତନିଖି କରିବା ସହ ଦୁର୍ଘଟଣା ସଂଖ୍ୟା ଯେପରି କମ୍ କରାଯାଇ ପାରିବ ସେ ଉପରେ ମଧ୍ୟ ଦୃଷ୍ଟି ନିକ୍ଷେପ କରାଇବା ଓ ସଡ଼କରେ ସୁରକ୍ଷିତ ଯାତ୍ରା ପାଇଁ ସାଧାରଣ ଲୋକଙ୍କୁ ଏବଂ ଯାନବାହାନ ଚାଳକମାନଙ୍କୁ କିପରି ଆହୁରି ଅଧିକ ସଚେତତା କରାଯାଇପାରିବ ଏବଂ ସେ ଦିଗରେ କିପରି କାର୍ଯ୍ୟ କରାଯିବ ତା’ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।
ଯାତ୍ରା ସମୟରେ ହେଲମେଟ୍ ପିନ୍ଧିବା , ସିଟ୍ ବେଲଟ୍ ପରିଧାନ କରିବା , ମଦ୍ୟପାନ କରି ଗାଡ଼ି ନ ଚଳାଇବା , ଗାଡ଼ିଚାଳନା ବେଳେ ମୋବାଇଲ ବ୍ୟବହାର ନ କରିବା , ଦ୍ରୁତ ବେଗରେ ଗାଡ଼ି ନ ଚଳାଇବା ଆଦି ଦିଗରେ ସମସ୍ତେ ପୂର୍ଣ୍ଣ ସଚେତନ ଓ ନିୟମ ମାନି ଚଳିଲେ ସଡ଼କ ସୁରକ୍ଷା ଅଭିଯାନ ସଫଳ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶ ସୂଚନା ଦେଇଛନ୍ତି।
ଜିଲ୍ଲାରେ ଦୁର୍ଘଟଣାରେ ଯେପରି ଶୁନ ମୃତୁହାର ହେବ ସେଥିପାଇଁ ପରିବହନ ବିଭାଗ ପକ୍ଷରୁ ଜନସାଧରଙ୍କୁ ସଚେତନତା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜିଲ୍ଲାରେ ଥିବା ସମସ୍ତ ପୋଲିସ୍ ଥାନା ଅଧିକାରୀଙ୍କୁ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ କିପରି ସହାୟତା ଯୋଗାଇବ ଏବଂ ସେମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।
ସେହିପରି ବାରମ୍ବାର ଦୁର୍ଘଟଣା ହେଉଥିବା ଜାଗାକୁ ଚିହ୍ନଟ କରି ନାମ ଫଳକ ଲଗାଇବା ସହିତ ଅଣ ଆସାରିଆ ରାସ୍ତାକୁ ଚଉଡ଼ା କରିବାକୁ କୁହାଯାଇଛି। ଜାତୀୟ ରାଜପଥ ରାସ୍ତାର ଉଭୟ ପାର୍ଶ୍ୱସ୍ଥ ଗଛ କାଟି ପରିସ୍କାର କରିବା ସହିତ ବୁଲାଣି ରାସ୍ତାରେ ସାଇନ୍ ବୋର୍ଡ଼ ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଜାତୀୟ ରାଜପଥ ବିଭାଗ ତରଫରୁ ଏକ ଆମ୍ବୁଲାନ୍ସ ଚନ୍ଦ୍ରଗିରି ଠାରେ ରଖିବାକୁ ମଧ୍ୟ ସ୍ଥିର କରଯାଇଛି। ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରାଯିବ।
ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା , ପାରଳାଖେମୁଣ୍ଡି ଉପଖଣ୍ଡ ପୋଲିସ୍ ଅଧିକାରୀ ଶ୍ରୀ ମାଧବ ନନ୍ଧ ନାୟକ , ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପାରଳାଖେମୁଣ୍ଡି ଶ୍ରୀକାନ୍ତ ସାମଲ , ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ଦାସ , ମୋଟର ଯାନ ନିରୀକ୍ଷକ (ଏମଭିଆଇ) ଶ୍ରୀ ତୁଷାର ହେମ୍ବ୍ରମ , ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ଅଲ୍ଲୀ , ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସ୍ୱାଇଁ ସମେତ ଘୋରେଇ ବସ ସଙ୍ଗ , ସଭାପତି , ସେକ୍ରେଟାରୀ , ଟ୍ରକ ଆସୋସିସେନ୍ ଅଟୋ ଆସୋସିସେନ୍ ସଙ୍ଘ ସହ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.