ବିଜେପୁର:-ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସଭା କକ୍ଷରେ ନଵ ନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉଛ୍ଵସିତ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଆଞ୍ଚଳିକ ମ୍ୟାନେଜର ଦେବାଶିଷ ବିର୍ତ୍ତୀଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୁଏଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ଭରତ ସ୍ବାଇଁ,ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି ଦିବାକର ଵରିହା, ପୂର୍ଣ୍ଣଚନ୍ଦ୍ର ପଧାନ, ସୁଶାନ୍ତ କୁମାର ପାଣ୍ଡେ , ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବାସୁଦେବ ପଧାନ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ। ବିଭିନ୍ନ ବିଦ୍ୟାଳୟରେ ଯୋଗଦାନ କରିଥିବା ପଚିଶ ଜଣ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକତା ବୃତ୍ତି ନୁହେଁ।ବରଂ ଏହାକୁ ଜୀବନର ଵ୍ରତ ଭାବେ ଆଦରି ନେଲେ ସାମାଜିକ ପରିବର୍ତ୍ତନ ସୁନିଶ୍ଚିତ ବୋଲି ଅତିଥିଗଣ ମତପୋଷଣ କରିଥିଲେ।ଯୋଗାଶିଷ ପଧାନ ଓ ପ୍ରୀତି ଗଡତିଆ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବର୍ଧନାର ପ୍ରତ୍ଯୁତ୍ତରରେ ବ୍ଲକର ଶୈକ୍ଷିକ ଉନ୍ନତିରେ ନିଶ୍ଚିତ ଭାବରେ ଗୁଣ୍ଡୁଚି ମୂଷା ପରି ଅବଦାନ ରହିଵ ଵୋଲି ମତପ୍ରକାଶ କରିଥିଲେ। ବିଜେପୁର ସିଆରସିସି ସୁଧାଂଶୁ ଶେଖର ଜାଲ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।ଜାରିଂ ସିଆରସିସି ରାଜେଶ୍ଵର ବେହେରା ସମାରୋହକୁ ସଂଯୋଜନା କରିଥିଲେ।ଶରତ ଚନ୍ଦ୍ର ପଧାନ, ହେମନ୍ତ କୁମାର ଆରୁକ, ପ୍ରକାଶ ମହାନନ୍ଦ, ନବୀନ କୁମାର ସାହୁ, ସୀତାରାମ ଦୀପ, ତ୍ରିନାଥ ସେଠ, ପ୍ରଭାତ ରଞ୍ଜନ ସାହୁ,ଡୋଳାମଣି କୁମ୍ଭାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବଡବାଉଁଶେନ ସିଆରସିସି ଦୁର୍ବାଦଳ ବଡଗୋଛିଆ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.