ବଲାଙ୍ଗିରରେ ବିଜେଡି ପ୍ରତିଷ୍ଠା  ଦିବସ ପାଳିତ 

0

ବଲାଙ୍ଗିର/ନିରୋଜ ମିଶ୍ର – ସ୍ଥାନୀୟ ଟାଉନହଲ ଠାରେ  ବିଜେଡି ରାଜ୍ୟ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓଙ୍କ ସଭାପତିତ୍ୱ ରେ ୨୧ତମ ବିଜେଡି ପ୍ରତିଷ୍ଠା ଦିବସ ସ୍ଥାନୀୟ ଟାଉନହଲ ଠାରେ  ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ଅବସରରେ ବିଜେଡି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଯୋଗଦେଇ ବିଜେଡି ଦଳ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ  ବିଜୁ ବାବୁଙ୍କ  ପ୍ରତିମୁର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରି ନବୀନ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଓ ଜନହିତକାରି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଏହି ଅବସରେ ଅନ୍ୟମାନଙ୍କ ମଧ୍ୟରୁ ମଂଚାସିନ ଅତିଥି ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ , ରାଜ୍ୟ ବିଜେଡି ଆବାହକ ଚିନ୍ମୟ ସାହୁ,  ପୌରାଧକ୍ଷା ସନ୍ତୋସିନି ବେହେରା, ଉପାଧକ୍ଷା ଲିପିଶ୍ରୀ ସାଏ,  କୈଳାଶ ଚନ୍ଦ୍ର ମହନ୍ତି, ପ୍ରଦୀପ ଗୁରୁ,  ଜିଲ୍ଲା ଯୁବ ବିଜେଡି ସଭାପତି ଲୋଟଷ ଷଡଙ୍ଗି, ପ୍ରଦୀପ ଗୁରୁ,ଉମାଶଙ୍କର ସିଂ, ସଦର ବ୍ଲକ୍ ଅଧ୍ୟକ୍ଷ ଗୋଲାପ ବାଗ, ଗୁରୁଦେବ ରଣା, ସତ୍ୟ ନାରାୟଣ ଭୋଇ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ, ପ୍ରଦ୍ୟୁତ ମିଶ୍ର, କୁଳମଣି ମେହେର । 

 

 

Leave A Reply

Your email address will not be published.