ମିଛ କହିବା ପରିବର୍ତ୍ତେ ନିଜ ନିର୍ବାଚନୀ ପ୍ରତିଶୃତି ରକ୍ଷା କରନ୍ତୁ ଡବଲ ଇଞ୍ଜିନ ସରକାର:: ବର୍ଷା

2

ସାଧାରଣ ନିର୍ବାଚନ ପରେ ବିଜେଡି ର ବିରାଟ ପଦଯାତ୍ରା

ବରଗଡ :-ପ୍ରତି ବର୍ଷ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଜି ଙ୍କର ଜୟନ୍ତୀ ଦିନରୁ ପ୍ରାୟ ଏକ ମାସ ପର୍ଯନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥାଏ । ବିଜୁ ଜନତା ଦଳ ରାଜ୍ୟରେ ସରକାର ରେ ଥିବା ସମୟରେ ସରକାର ଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା କୁ ତୃଣମୂଳ ସ୍ତରର ଶେଷ ବ୍ୟକ୍ତିଙ୍କ ପର୍ଯନ୍ତ ପହଞ୍ଚାଇବା ଏହି ପଦଯାତ୍ରା ର ମୁଖ୍ୟ ଲକ୍ଷ୍ୟ ଥିଲା । ଗତ ସାଧାରଣ ନିର୍ବାଚନରେ ରେ ଦଳର ପରାଜୟ ପରେ ଏବେ ପରିସ୍ଥିତି ଭିନ୍ନ ।

ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ରେ ବିଧାୟିକା ଶ୍ରୀମତି ବର୍ଷା ସିଂ ବରିହା ଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନ ଓ ନେତୃତ୍ୱରେ , ବିଜୁ ଜନତା ଦଳର ଏକ ବିରାଟ ଜନସମ୍ପର୍କ ପଦଯାତ୍ରା ର ଆୟୋଜନ କରାଯାଇ ଥିଲା । ପାଇକମାଲ ହାଇସ୍କୁଲ ପଡ଼ିଆରୁ ଆରମ୍ଭ ହୋଇ ଥିବା ଏହି ବ୍ଲକ ସ୍ତରୀୟ ପଦଯାତ୍ରାରେ ପାଇକମାଲ ଅଂଚଳ ର ବିଭିନ୍ନ ଗ୍ରାମରୁ ଦୁଇ ହଜାର ରୁ ଉର୍ଦ୍ଧ୍ବ ଲୋକ ଅଂଶ ଗ୍ରହଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ହୋଇଥିବା ଅନେକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଦେଶ ସବୁବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ପ୍ରଶଂସା କରିବା ସହିତ ଏକ ସମୟରେ ଓଡିଶା ରେ ପ୍ରଚଳିତ ମିଶନ ଶକ୍ତି କାର୍ଯ୍ଯକ୍ରମ ଓଡ଼ିଶାର ମହିଳା ମାନଙ୍କୁ ଅନେକ ସୁଯୋଗ ଓ ସହଯୋଗ ପ୍ରଦାନ କରିବାରେ ସଫଳ ହୋଇ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଅନୁକରଣୀୟ ହୋଇ ପାରିଥିଲା । ସେଥିପାଇଁ ବିଜୁ ଜନତା ଦଳର ସମାବେଶ ରେ ମହିଳା ମାନଙ୍କ ଗହଳି ପ୍ରଚୁର ହୋଇଥାଏ । ଆଜି ଆୟୋଜିତ ପଦଯାତ୍ରା ରେ ମଧ୍ୟ ସେହିଭଳି କିଛି ଦେଖିବାକୁ ମିଳିଥିଲା । ଏହି ପଦଯାତ୍ରା ରେ ମହିଳା ମାନଙ୍କ ଭିଡ଼ ର ଅନ୍ୟ ଏକ କାରଣ ବିଧାୟିକା ଙ୍କ ଲୋକପ୍ରିୟତା । ସୂଚନାଯୋଗ୍ୟ ଯେ ବିଧାୟିକା ଶ୍ରୀମତୀ ବର୍ଷା ଙ୍କର ଲୋକପ୍ରିୟତା ଗତ ସାଧାରଣ ନିର୍ବାଚନ ରେ ପ୍ରମାଣିତ ହୋଇ ସାରିଛି । ଆଜିର ପଦଯାତ୍ରା ଥିଲା ଅନେକ କ୍ଷେତ୍ରରେ ଭିନ୍ନ । ଏହି ପଦଯାତ୍ରା ଓ ପଦଯାତ୍ରା ପରେ ସାଲେପଲି ଠାରେ ଆୟୋଜିତ ସଭାରେ ଦଳୀୟ ନେତୃମଣ୍ଡଳୀ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରି ସେମାନେ ଗତ ସାଧାରଣ ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଯଥା ୩୦୦୦ ଟଙ୍କା ଭତ୍ତା , ୩୦୦ ୟୁନିଟ ବିଜୁଳି ଛାଡ଼ , ସୁଭଦ୍ରା ଯୋଜନା ରେ ୨ ବର୍ଷ ମଧ୍ୟରେ ୨ ଟି କିସ୍ତି ରେ ପଚାଶ ହଜାର ପ୍ରଦାନ ଓ ଅନ୍ୟାନ୍ୟ ପ୍ରତିଶୃତି ତୁରନ୍ତ ପୁରଣ ପାଇଁ ଚେତାବନୀ ଦେଇଥିଲେ । ଆଜିକାର କାର୍ଯ୍ୟକ୍ରମ ରେ ଶ୍ରୀ ଜାପାନ ମହାପାତ୍ର , ପଦ୍ମପୁର ଏନ.ଏ.ସି ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ବାଗ , ପଦ୍ମପୁର ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା , ଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତୃମଣ୍ଡଳୀ ଉପସ୍ଥିତ ଥିବା ବେଳେ , ବିଜୁ ଯୁବ ଜନତା ଦଳର ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଗୌତମ ସିଂ , ପାଇକମାଲ ବ୍ଲକ ଉପାଧକ୍ଷ ଶ୍ରୀ ସଂଜୀବ ବାରିହା , ପେକ୍ସ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ସ୍ୱାଇଁ , ଶ୍ରୀ ବିଜୟ କୁମାର ରାଓ , ଶ୍ରୀ ହୃଦାନନ୍ଦ ବାରିକ , ସ୍ଥାନୀୟ ବିଜୁ ଜନତା ଦଳ ଓ ଯୁବ ଜନତା ଦଳର କର୍ମକର୍ତ୍ତା ମାନେ ପଦଯାତ୍ରା ଓ ସଭା କୁ ସୁଚାରୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.