ପଦମପୁରରେ କାନାରା ବ୍ୟାଙ୍କ ର ନୂତନ ଶାଖା ଉଦଘାଟିତ

2

ପଦ୍ମପୁର :- ଗ୍ରାହକ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବାକୁ ଲକ୍ଷ୍ୟ ରଖି କାନାରା ବ୍ୟାଙ୍କ ପକ୍ଷରୁ ପଦ୍ମପୁର ଠାରେ ତାର ନୂତନ ଶାଖା ଉଦଘାଟିତ ହୋଇଯାଇଛି I ଏହା ହେଉଛି ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଆସୁଥିବା ୫୩ତମ ଶାଖା I ଏହି ଉଦ୍ଘାଟନୀ ଉତ୍ସବରେ କାନାରା ବ୍ୟାଙ୍କର ଓଡିଶା କ୍ଷେତ୍ରୀୟ ପ୍ରମୁଖ ଶ୍ରୀ ଜଗଦିଶ ଚନ୍ଦର ଯୋଗ ଦେଇ ଏହି ଶାଖା କୁ ଉଦଘାଟନ କରିଥିବା ବେଳେ ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ର ସହାୟକ ମହାପ୍ରବନ୍ଧକ ଶୀ ମନୋଜ ଏସ. ଆର., ମଣ୍ଡଳ ପ୍ରବନ୍ଧକ ଶ୍ରୀ ସୁପ୍ରିୟ ଚକ୍ରବର୍ତ୍ତୀ ଙ୍କ ସହ ଶତାଧିକ ଗ୍ରାହକ ଉପସ୍ଥିତ ରହିଥିଲେ I ପଦମପୁର ବିଧାୟିକା ଶ୍ରୀମତୀ ବର୍ଷାରାଣୀ ସିଂ ବରିହା, ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ I ଏହି ବ୍ୟାଙ୍କ ରେ ମୁଖ୍ୟତଃ କୃଷି ଋଣ, ସ୍ୱୟଂ ସହାୟକ ଗୋଷ୍ଠୀ ଋଣ, ସୁନା ଋଣ, ଗୃହ /ଶିକ୍ଷା / ଯାନବାହାନ / ଏମ. ଏସ. ଏମ. ଇ ଋଣ ସହ ଗ୍ରାହକ ମାନଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ପଦମପୁର ଶାଖା ପ୍ରବନ୍ଧକ ଶ୍ରୀ ଶୈଳେଶ କୁମାର ପଧାନ I ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ର ଶ୍ରୀ ମନୋରଞ୍ଜନ ପତ୍ର ଓ ଶ୍ରୀ ଶଶାଙ୍କ ଶେଖର ସାହୁ ଏହି କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ I

Leave A Reply

Your email address will not be published.