ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ବିଶ୍ଵ କଲ୍ୟାଣାର୍ଥେ ହେବାକୁ ଥିବା ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ ଆଜି ବୁଧବାର ୨୩ ଅକ୍ଟୋବର ରେ ତଥା ପବିତ୍ର କାର୍ତ୍ତିକ ମାସ କୃଷ୍ଣପକ୍ଷ ସପ୍ତମୀ ତିଥି ରେ ଭଞ୍ଜନଗରସ୍ଥ ନିୟନ୍ତ୍ରଣ ବଜାର କମିଟି ପଡ଼ିଆ ଠାରେ ମହାଆଡମ୍ବର ଓ ଉତ୍ସାହର ସହିତ ଯଥା ସନାତନ ହିନ୍ଦୁ ନିତି ରିତି ଅନୁସାରେ ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଛି।
ଆସନ୍ତା ୨୨ ନଭେମ୍ବର ୨୦୨୪ ଠାରୁ ୨୭ ନଭେମ୍ବର ୨୦୨୪ ରିଖ ପଯ୍ୟନ୍ତ ହେବାକୁ ଥିବା ବିଶ୍ଵ କଲ୍ୟାଣାର୍ଥେ ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ ଆଜି ୨୩ ଅକ୍ଟୋବର ବୁଧବାର ଦିନ ମହାଆଡମ୍ବରରେ ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥି ସକାଶେ ଆଜି ଭଞ୍ଜନଗରସ୍ଥ ଭେଜିପୁଟ ଗୁପ୍ତେଶ୍ୱର ଶୈବପୀଠ ଠାରୁ ବାଣ ବାଜା ବାଜା ଘଣ୍ଟ ଗିନି ମୃଦଙ୍ଗ ସହିତ ଏକ ପଟୁଆରରେ ଷ୍ଟେଟ୍ ବ୍ୟାଙ୍କ୍ ଛକ ହୋଇ ଖାଲାସିସାହି ଅତିକ୍ରମ କରି ଶ୍ରୀ ରଘୁନାଥ ସ୍ଵାମୀ ମନ୍ଦିର ଠାରେ ପହଞ୍ଚିଥିଲେ। ଏଥିରେ ସ୍ଥାନିୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଏନ୍ ଏ ସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ହନୁମାନ କମିଟିର ରାମକୃଷ୍ଣ ପଣ୍ଡା ଓ ସନ୍ଥ ଶ୍ରୀ ଅଭିରାମ ଦାସଜୀ ମହାରାଜ ସହିତ ସ୍ଥାନୀୟ ଅନେକ ଜନସାଧାରଣ ସାମିଲ ଥିଲେ। ଶ୍ରୀ ରଘୁନାଥ ସ୍ଵାମୀ ମନ୍ଦିର ରେ ରଘୁନାଥ ସ୍ଵାମୀ ଜିଉ ଙ୍କ ଠାରେ ସମବେତ ଜନତା ଙ୍କ ସହିତ ଆଳତି କାର୍ଯ୍ୟକ୍ରମ ସମାପନ ହୋଇ ଆଜ୍ଞାମାଳ ସ୍ଵରୂପ ତୁଳସୀ ମାଳ ପ୍ରାପ୍ତ କରାଯିବା ପରେ ହନୁମାନ ମନ୍ଦିର ରେ ଆଳତି ହୋଇ ସେଠାରୁ ଆର୍ ଏମ୍ ସି ଅଭିମୁଖେ ଯାତ୍ରା କରାଯାଇଥିଲା। ଏହି ସମୟରେ ବିଧାୟକ ଓ ସନ୍ଥଙ୍କ ସହିତ ହନୁମାନ ଜୟନ୍ତି ମହୋତ୍ସବ କମିଟି ର ସଦସ୍ୟ ଗଣ, ହନୁମାନ ସ୍ବେଚ୍ଛାସେବୀ ସଂଘ ର ସଦସ୍ୟ ଗଣ, ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ବିଧାୟକ ଙ୍କ ଅନେକ କାର୍ଯ୍ୟକର୍ତ୍ତା ଙ୍କ ସହିତ ସହରର ଅନେକ ଜନସାଧାରଣ ଉପସ୍ଥିତ ଥିଲେ। ଆଜ୍ଞାମାଳ ନେଇ ଶୁଭ ସ୍ତମ୍ଭ ସ୍ଥାପନ ପଡ଼ିଆ ଠାରେ ଉପସ୍ଥିତ ହେବାପରେ ଯଜ୍ଞାଦି ହୋମ ମନ୍ତ୍ର ପାଠ ପରେ ହରିବୋଲ ଓ ଜୟ୍ ଶ୍ରୀରାମ୍ ଧ୍ୱନୀରେ ଶୁଭ ସ୍ତମ୍ଭ ସ୍ଥାପନ ହୋଇଥିଲା ଓ ସେଠାରେ ସମସ୍ତେ ଅନ୍ନପ୍ରସାଦ ସେବନ କରିଥିଲେ।