ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପରିସରରେ ଆଜି ବୁଧବାର ଅକ୍ଟୋବର ମାସ ୨୩ ତାରିଖ ୨୦୨୪ ଦିନ ୧୨ : ୩୦ ମିନିଟ୍ ସମୟରେ, ୧୦ ମେଟ୍ରିକ୍ ଟନ୍ ବିଶିଷ୍ଟ ଏକ ସୋଲାର୍ ଚାଳିତ ଶୀତଳଭଣ୍ଡାର ଉଦଘାଟିତ ହୋଇଯାଇଛି।
ନବନିର୍ମିତ ସୌର ଚାଳିତ ଶୀତଳଭଣ୍ଡାର କୁ ମାନ୍ୟବର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉଦଘାଟନ କରିଛନ୍ତି। ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ସେଠୀ ଓ ସମ୍ମାନିତ ଅତିଥି ରୁପେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଯୋଗଦେଇ ଥିଲେ। ପ୍ରାୟ ୨୪ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ଉକ୍ତ ଶିତଳଭଣ୍ଡାରରେ ସ୍ଥାନୀୟ ବଜାରରେ ବ୍ୟବସାୟ କରୁଥିବା ବ୍ୟବସାୟୀ ଙ୍କ ସମେତ ଆଖପାଖ ଅଞ୍ଚଳର କୃଷକ ଉତ୍ପାଦିତ ପନିପରିବା ଓ ଫଳ ରଖିପାରିବେ।ଏହି ଶୀତଳଭଣ୍ଡାର ରେ ଫୁଲକୋବି,ଛତୁ,ମୂଳା,ବନ୍ଧାକୋବି,ମକା,ଶାଗ,ପାଳଙ୍ଗ,ବିନ୍,କଲରା,ଲାଉ,ଛୁଇଁ, ବାଇଗଣ, ଲେମ୍ଭୁ, ଭେଣ୍ଡି, ପୋଟଳ,କଖାରୁ, ଜହ୍ନି, ଛଚିନ୍ଦ୍ରା,କାଙ୍କଡ, କନ୍ଦମୂଳ, ବିଲାତି, ଖମ୍ବଆଳୁ ଭଳି ବିଭିନ୍ନ ପନିପରିବା ସମେତ ବିଭିନ୍ନ ପ୍ରକାରର ଫଳ ୭ଦିନରୁ ୭ମାସ ପର୍ଯ୍ୟନ୍ତ ରହିପାରିବ ବୋଲି ଜଣାପଡିଛି।ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଶ୍ରୀ କସ୍ତୁରୀ ସନ୍ୟାସୀ ରାଜୁ ମାନ୍ୟବର ବିଧାୟକ ଓ ସମ୍ମାନୀୟ ଅତିଥି ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଉଦଘଟାନି ଉତ୍ସବରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ,ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ଆରଏମସି ର ସମସ୍ତ କର୍ମଚାରୀଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.