ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ର ପାଠକ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ

2

ଭୁବନେଶ୍ୱର, ୨୨/୧୦: ହରେକୃଷ୍ଣ ମହତାବ ରାଜ୍ୟଗ୍ରନ୍ଥାଗାର ର ପାଠକ ଶ୍ରୀ ଦେବାଶିଷ କୁମାର ମିଶ୍ର ଓଡ଼ିଶା ସିଭିଲ୍ ସର୍ଭିସ୍‌ ପରୀକ୍ଷାରେ ୨୩୪ତମ ସ୍ଥାନ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି।

ଦେବାଶିଷ ମିଶ୍ର ହେଉଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁରର ବାସିନ୍ଦା। ସେ ଭୁବନେଶ୍ୱର ରହି ଓଡ଼ିଶା ସିଭିଲ୍‌ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ। ନିଜର ପ୍ରସ୍ତୁତି ସମୟରେ ସେ ପ୍ରତିଦିନ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ଆସି ଅଧ୍ୟୟନ କରୁଥିଲେ।

ଆଜି ତାଙ୍କର ସଫଳତା ଅବସରରେ ହରେକୃଷ୍ଣ ମହତାବ ରାଜ୍ୟଗ୍ରନ୍ଥାଗାର ତରଫରୁ ତାଙ୍କୁ ସମ୍ମାନିତ କରାଯାଇଛି।

Leave A Reply

Your email address will not be published.