ପି ଗଣ୍ଡପାଲି ଠାରେ ଗ୍ରୁପରେ ସାମିଲ ମହିଳାଙ୍କ ଠୁଁ ଲକ୍ଷାଧିକ ଟଙ୍କା ଚଲୁ ଘଟଣାରେ ଅଭିଯୁକ୍ତ ଥାନାରେ ଅଟକ ।

2

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପି ଗଣ୍ଡପାଲି ଠାରେ ଗୀତାଞ୍ଜଳି ମାଝୀ ନାମକ ଜଣେ ଝିଅ ଅଙ୍ଗନୱାଡ଼ି ସହାୟିକା ଗାଁ ର ପ୍ରାୟ ୬୦ ରୁ ୭୦ ଜଣ ମହିଳାଙ୍କ ନାମରେ ବିଭିନ୍ନ ଘରୋଇ ଫାଇନାନ୍ସ କମ୍ପାନୀରୁ ଋଣ ଉଠାଇ ଗାଁରୁ ଫେରାର ଥିବା ଘଟଣାରେ ବିଜେପୁର ଥାନାରେ ଗୁରୁବାର ସନ୍ଧ୍ୟା ୫ଟା ପାଖାପାଖି ରେ ଅଭିଯୋଗ ହୋଇଥିଲା ହେଲେ ପୋଲିସ ପ୍ରମାଣ ମାଗିବାରୁ ଆଜି ପୁଣି ଥାନାର ଦ୍ୱାରସ୍ଥ ହୋଇଥିଲେ ଗାଁର ମହିଳା ମାନେ । ସେପଟେ ଉକ୍ତ ଘଟଣାରେ ଆଜି ବରଗଡ ଏସପି ନିଜେ ବିଜେପୁର ଥାନାକୁ ପହଞ୍ଚି ପଚରାଉଚୁରା କରିବା ପରେ ଅଭିଯୁକ୍ତ ଗୀତାଞ୍ଜଳି ମାଝୀ କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.