ପରଲୋକରେ ଶତାୟୁ ପୁରୁଷ ଗୌର ଚନ୍ଦ୍ର ପାଢ଼ୀ

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ମଙ୍ଗଳବାର ଭୋର ସକାଳେ ସ୍ଥାନୀୟ ଶାନ୍ତି ନଗର ଧର୍ମ ପରାୟଣ ଶତାୟୁ ପୁରୁଷ ୧୦୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି।ପାରଳାଖେମୁଣ୍ଡି ହସ୍ପିଟାଲରେ ପରଲୋକ ହୋଇଯାଇଛି। ଗତକାଲି ସକାଳେ ଘରେ ବସିଥିବା ଅବସ୍ଥାରେ ଟଳି ପଡିବାରୁ ତାଙ୍କୁ ପ୍ରଥମେ ଗୁଣପୁର ଓ ତାପରେ ପାରଳାଖେମୁଣ୍ଡି ସଦର ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଚ ଆଜି ସକାଳେ ତାଙ୍କ ପ୍ରାଣ ବାୟୁ ଚାଲିଯାଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ୩ ପୁଅ ନିରଞ୍ଜନ ପାଢ଼ୀ ,ରାଜେନ୍ଦ୍ର ଓ ନୁନୁ ପାଢ଼ୀ ଓ ପରିବାର ଲୋକ ଉପସ୍ଥିତ ରହିଥିଲେ । ଦୁଇ ଝିଅ ମଧ୍ୟରୁ ଜଣେ ଆମେରିକାରେ ରହୁଛନ୍ତି। ସ୍ବର୍ଗତ ପାଢ଼ୀ ଜଣେ ପରମ ଆଧ୍ଯାତ୍ମିକ ବାଦୀ ମଣିଷ ଭାବେ ସହରରେ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଗୁଣପୁର ସହରର ଭେଙ୍କେଟେଶ୍ୱର ମନ୍ଦିର ଓ ନୂତନ ଶ୍ରୀ ଜଗନ୍ନାଥ ମନ୍ଦିର ର ପ୍ରତିଷ୍ଠାତା ସଦସ୍ୟ ରହି ମନ୍ଦିର ନିର୍ମାଣ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ। ଦିନ ରାତି ସାହି ସାହି ବୁଲି ଅର୍ଥ ସଂଗ୍ରହ କରି ମନ୍ଦିର ନିର୍ମାଣ କାର୍ଯ୍ଯରେ ସହଯୋଗ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିଲେ। ସହରର ଅନେକ ମଠ ମନ୍ଦିର ନିର୍ମାଣ ଓ ନବିକରଣରେ ମଧ୍ୟ ତାଙ୍କର ଯୋଗଦାନ ରହିଥିଲା। ତାଙ୍କୁ ଶତାୟୁ ମତଦାତା ଭାବେ ଗତ ୨୬ ଏପ୍ରିଲ ୨୦୨୪ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଖବର ପାଇ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ବିଡ଼ିଓ ଗୌର ଚନ୍ଦ୍ର ପଟନାୟକ, ଗଜପତି ଡେପୁଟି କଲେକ୍ଟର ପ୍ରାଣ କୃଷ୍ଣ ପାଣିଗ୍ରାହୀ ପାରଳା ଡାକ୍ତରଖାନାକୁ ଯାଇ ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅପରାହ୍ଣ ରେ ମର ଶରୀର ଗୁଣପୁର ଶାନ୍ତିନଗରସ୍ଥିତ ନିଜ ବାସ ଭବନରେ ପହଞ୍ଚିବା ପରେ ବହୁ ଶୁଭେଚ୍ଛୁ ଆସି ଶେଷ ଦର୍ଶନ କରିଥିଲେ । ମଙ୍ଗଳବାର ରାତିରେ ତାଙ୍କ ମରଶରୀରକୁ ପୁରୀ ସ୍ବର୍ଗ ଦ୍ବାରରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି ।

 

Leave A Reply

Your email address will not be published.