ପରିବେଶ ସୁରକ୍ଷା ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କ ସଚେତନ ରାଲି

0 2

ରାୟଗଡ : ରାୟଗଡ ସହର ସାଇପ୍ରିୟା ନଗର ସ୍ଥିତ (ଏନଭିଆର) ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶ ସୁରକ୍ଷା ନେଇ ଏକ ସଚେତନ ରାଲି ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ରାୟଗଡ ସହର ଉତ୍ତପ୍ତ ହେଉଥିବା ବେଳେ ଅଧିକ କୁ ଅଧିକ ଗଛ ଲଗାଇବାର ଆବଶ୍ୟକ ରହିଛି । ବର୍ତମାନ ଅବାଧ୍ୟରେ ବୃକ୍ଷ କାଟୁଥିବା ଓ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ପରିବେଶ ଅସନ୍ତୁଳ ହେଉଚି ଯାହା ଫଳରେ ପରିବେଶ ବହୁତ ମାତ୍ରାରେ ପ୍ରଭାବିତ ହେଉଚି l ଜୀବନ ଜଗତ ବଞ୍ଚିବା ପାଇଁ ହେଲେ ଅମ୍ଳଜାନର ନିହାତି ଆବଶ୍ୟକ ରହିଚି l ଯେତେ ପରିମାଣରେ ବୃକ୍ଷ ରହିବ ଜୀବ ଜଗତ ବଞ୍ଚି ରହିବା ସହିତ ପରିବେଶ ବି ସନ୍ତୁଳିତ ରହିବ l ପ୍ରତେକ ଲୋକ ନିଜ ନିଜର ଖାଲି ସ୍ଥାନ ମାନଙ୍କରେ କିଛି ଗଛ ରୋପଣ କରନ୍ତି ଛାଇ ଓ ଫଳ ପାଇବା ସହିତ ପରିବେଶର ସୁରକ୍ଷା ସହିତ ନିଜେ ଏବଂ ନିଜର ପରିବାର ସୁରକ୍ଷିତ ରହିପାରିବ l ଏହାକୁ ଦୃଷ୍ଟିରେ ରଖି ସାଇପ୍ରିୟା ନଗର ସହ ସାରା ସହରରେ ଅଧିକକୁ ଅଧିକ ବୃକ୍ଷ ରୋପଣ କରିବା ନେଇ ଏକ ସଚେତନ ବାର୍ତ୍ତା ଦେଇଛନ୍ତି ଏନଭିଆର ଛାତ୍ରଛାତ୍ରୀ ଛାତ୍ରଛାତ୍ରୀ ମାନେ । ଉକ୍ତ ଛାତ୍ରଛାତ୍ରୀ ମାନେ ହାତରେ ପରିବେଶ ସଚେତନତା ବାର୍ତ୍ତା ଲେଖାଥିବା ପ୍ଲା କାର୍ଡ ଧରି ସ୍ଥାନୀୟ ସାଇପ୍ରିୟା ନଗରର ପ୍ରତ୍ୟେକ ଗଳିରେ ପରିକ୍ରମା କରିବା ସହ ପରିବେଶ ସୁରକ୍ଷା ନେଇ ଏକ ଜନ ସଚେତନତା ସୃଷ୍ଟି କରିଥିଲେ l

ପରିବେଶବିତ ତଥା ବରିଷ୍ଠ ସାମ୍ବାଦିକ ଏବଂ ସାଇପ୍ରିୟା ନଗର ବାସିନ୍ଦା ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ନିଜସ୍ୱ ଉଦ୍ୟମରେ ଉକ୍ତ କାର୍ଯ୍ୟକ୍ରମ କରିଥିବା ବେଳେ ଏଥିରେ ସାଇପ୍ରିୟା ନଗର ବାସିନ୍ଦା ନାକା ପ୍ରଣଭ, ଭି. କାନାକା ଦୁର୍ଗା, କେ. କ୍ରୀଷ୍ଣା ମୂର୍ତ୍ତି, ବି. ନାଗାରାଜୁ, ମହାଶ୍ୱେତା ପାଣିଗ୍ରାହୀ, ଟି. ଇଶ୍ୱରକୁମାର, ଜି. ଜଗଦୀଶ, କେ. ଅଶୋକ କୁମାର ପ୍ରମୂଖ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ପରିବେଶ ସୁରକ୍ଷା ଦିଗରେ ବ୍ୟାପକ ସଚେତନ କରିଥିଲେ ଏବଂ ନିଜେବି ପରିବେଶର ସୁରକ୍ଷା ନେଇ ଜାଗୃତ ରହିବା ସହି ବୃକ୍ଷ ଚାରା ରୋପଣ କରିବା ନେଇ ଶପଥ କରିଥିଲେ ।

Leave A Reply

Your email address will not be published.