ବେଦାନ୍ତ ଆଲୁମିନିୟମ ଏହାର ମେଗା ଆଲୁମିନିୟମ ପ୍ଳାଂଟ ଝାରସୁଗୁଡ଼ାରେ ସମ୍ବଲପୁରର ଆଇଆଇଏମର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିଛି
ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଏହାର କ୍ୟାମ୍ପସ ସଂଯୋଗ ପଦକ୍ଷେପର ଏକ ଅଂଶ ଭାବରେ ସମ୍ବଲପୁରର ଆଇଆଇଏମ ଛାତ୍ରଛାତ୍ରୀମାନଙ୍କୁ ହୋଷ୍ଟ ଭାବେ ନେଇଥିଲା। ଏହି ପରିଦର୍ଶନ ସମୟରେ ଛାତ୍ରମାନେ ବେଦାନ୍ତର କାର୍ଯ୍ୟକଳାପକୁ ବୁଲି ଦେଖିବା ସହିତ ଆଲୁମିନିୟମ ଉତ୍ପାଦ ପ୍ରସ୍ତୁତି ସଂପର୍କରେ ଜ୍ଞାନ ଲାଭ କରିଥିଲେ। ବେଦାନ୍ତ ଆଲୁମିନିୟମ ୬୦ରୁ ଅଧିକ ଦେଶକୁ ଉଚ୍ଚମାନର ଆଲୁମିନିୟମ ଯୋଗାଇଥାଏ। ବିଶ୍ୱସ୍ତରରେ ଏହାର ଚାହିଦା ମଧ୍ୟ ରହିଛି।
ଅଭିଜ୍ଞ ପେଶାଦାରଙ୍କ ନେତୃତ୍ୱରେ ଛାତ୍ରମାନଙ୍କୁ ଅତ୍ୟାଧୁନିକ ମେସିନାରୀ ଓ କାର୍ଯ୍ୟର ଉନ୍ନତ ପ୍ରକ୍ରିୟା ଉପରେ ବୁଝାଯାଇଥିଲା। ସେମାନେ ମଧ୍ୟ କଠୋର ସୁରକ୍ଷା ପ୍ରୋଟୋକଲ ଓ ବିଶ୍ୱସ୍ତରୀୟ ପ୍ରଥା ସହ ପରିଚିତ ହୋଇଥିଲେ ଯାହା ବେଦାନ୍ତରେ କାର୍ଯ୍ୟକ୍ଷମତା ଲାଗି ପ୍ରତିବଦ୍ଧତାକୁ ସୂଚୀତ କରାଏ। ଏହି ପରିଦର୍ଶନ ଏକ କ୍ୟୁ ଆଣ୍ଡ ଏ ଅଧିବଶେନ ସହିତ ସମାପ୍ତ ହୋଇଥିଲା। ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟ ଉପରେ ଜାଣିବାକୁ ପାଇଥିଲେ ଏହା ସହ କ୍ୟାରିୟର ସୁଯୋଗ, ଶିଳ୍ପ ଟ୍ରେଣ୍ଡ ଓ ସ୍ଥାୟୀ ବ୍ୟବସାୟ ଅଭ୍ୟାସ ଉପରେ ପରିଚିତ ହୋଇଥିଲେ।
ଏହି ଅବସରରେ ସୁନୀଲ ଗୁପ୍ତା, ମୁଖ୍ୟ ପରିଚାଳନା ଅଧିକାରୀ, ବେଦାନ୍ତ ଆଲୁମିନିୟମ କହିଥିଲେ ଯେ ବେଦାନ୍ତ ଆଲୁମିନିୟମରେ ଆମର ଦୈନନ୍ଦିନ କାର୍ଯ୍ୟରେ ସ୍ଥିରତା କିପରି ନିରନ୍ତର ଭାବରେ ସଂଯୁକ୍ତ ହୋଇଛି ତାହା ଦର୍ଶାଇ ଭବିଷ୍ୟତର ନେତାମାନଙ୍କୁ ପୋଷଣ କରି ଆମେ ଗର୍ବିତ। ଆସନ୍ତାକାଲିର ନାଗରିକମାନଙ୍କୁ ଏକ ସ୍ଥାୟୀ ବ୍ୟବସାୟ ଗଢିବାର ରୋମାଂଚକର ଅଗ୍ରଗତି ବାଂଟିବା ଲାଗି ଏକ ପ୍ରେରଣା ଯୋଗାଇଥାଏ। ବିଶ୍ୱଶ୍ରେଣୀୟ ବୈଷୟିକୀ ସହିତ ଆମେ ଉତ୍ପାଦ ପ୍ରସ୍ତୁତ କରୁ ଯାହା ଏକ ସ୍ଥାୟୀ ଭବିଷ୍ୟତ ଗଠନ ଅଭିମୁଖୀ। ଆମର ସମ୍ବଲପୁର ସ୍ଥିତ ଆଇଆଇଏମ ଛାତ୍ରମାନଙ୍କ ସହ ଆମର ଅଭିଜ୍ଞତାକୁ ବାଂଟି ଆମେ ବହୁତ ଖୁସି।
ଜଣେ ଛାତ୍ରୀ ମିସ ମେଘନା ଏସ ଏମ କହିଥିଲେ ଯେ ଏହି ପରିଦର୍ଶନ ଆମ ପାଇଁ ପ୍ରେରଣାଦାୟକ। ବେଦାନ୍ତର ପ୍ରତିବଦ୍ଧତାକୁ ବୁଝିବା ଓ କାର୍ଯ୍ୟ ପରିସରକୁ ବୁଲି ଦେଖିବା ଆମ ପାଇଁ ବହୁତ ଶିକ୍ଷଣୀୟ ଓ ଅନୁଭୂତିମୂଳକ।
ବେଦାନ୍ତ ଆଲୁମିନିୟମ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହ ସହଭାଗିତା, ପ୍ରତିଭା ପ୍ରତିପୋଷଣ ଓ ପରବର୍ତୀ ପିଢି ପାଇଁ ଶିଳ୍ପପତିଙ୍କୁ ସଶକ୍ତ କରିବା ଲାଗି ଉତ୍ସର୍ଗୀକୃତ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟା ଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା। ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।