ଭୁବନେଶ୍ୱର – 21/10 ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତିକୁ ନେଇ ଦୀର୍ଘ ଦିନର ଆନ୍ଦୋଳନ ଏବଂ ଆଲୋଚନା ପରେ ଗତ 9, ଅକଟୋବର 2024ରେ ଷ୍ଟାଫ ସିଲେକସନ କମିଶନର 6000 ଶିକ୍ଷକ ନିଯୁକ୍ତି ବିଜ୍ଞାପନରେ ହିନ୍ଦୀ,ସଂସ୍କୃତ, ତେଲଗୁ, ଉର୍ଦ୍ଦୁ,ବିଜ୍ଞାନ,ପିଇଟି ଶିକ୍ଷକ ଇତ୍ୟାଦି ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ଥିବାବେଳେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ବିଷୟ ନଥିବାରୁ ସମସ୍ତଙ୍କ ମନରେ କ୍ଷୋଭ ସୃଷ୍ଟି ହୋଇଥିଲା | ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଦୀର୍ଘ ଦିନର ଆନ୍ଦୋଳନ, ଆଇନରେ ସଂଶୋଧନ ଏପରିକି ମାତୃଭାଷା ସମସ୍ତଙ୍କର ଚାଲିଚଳନର ଭାଷା ତଥା ପେଟପାଟଣାର ଭାଷା ହୋଇ ପାରିବ ସେଥିପାଇଁ ମଧ୍ୟ ସବୁ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା | ଗତ 20 ତାରିଖ ଦିନ ଶତାଧିକ ଓଡ଼ିଆ ଭାଷା ଛାତ୍ରଛାତ୍ରୀ ଆଭାସୀ ସଭାରେ ଏକତ୍ରିତ ହୋଇ ଆଗାମୀ ଦିନରେ କିପରି ମୁକାବିଲା କରାଯିବ ସେଥିପାଇଁ ଆଲୋଚନା ହୋଇଥିଲା ଏହି ଆଲୋଚନା ସଭାରେ ଭାଷା ଆନ୍ଦୋଳନ , ଓଡ଼ିଶାର ଆବାହକ ପବିତ୍ର ମହାରଥା ଏବଂ ବିଜେପିର ନିର୍ବାଚନୀ ସଂକଳ୍ପ ପତ୍ର କମିଟିର ପ୍ରଭାରୀ ପ୍ରଫେସର ପୂର୍ଣଚନ୍ଦ୍ର ମଲ୍ଲିକଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା । ଆଜି ସେ ସମ୍ପର୍କରେ ପ୍ରଫେସର ମଲ୍ଲିକ, ଭାଷା ଆନ୍ଦୋଳନ, ଓଡିଶାର ଆବାହକ ପବିତ୍ର ମହାରଥା ଏବଂ ଶାନ୍ତିନିକେତନର ଡ଼. ଇନ୍ଦ୍ରମଣି ସାହୁଙ୍କ ନେତୃତ୍ୱରେ ଓଡ଼ିଆ ସମ୍ମାନ ଛାତ୍ର ସଂସଦର ଛାତ୍ର ଛାତ୍ରୀ ଗୀତାଞ୍ଜଳି ସାହୁ ,ସୌଭାଗ୍ୟମୟୀ ସେଠୀ ଏବଂ ସୁମନ୍ତ କୁମାର ଭୋଇ ପ୍ରମୁଖ ସଂସଦର ସଭାପତି, ସମ୍ପାଦକ ତଥା ବାଣୀବିହାରର ସଦସ୍ୟାଙ୍କ ସହ ବିଧିବଦ୍ଧ ଭାବେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ଏବଂ ପ୍ରକଳ୍ପ ନିର୍ଦେଶକ ଅନନ୍ୟା ଦାସ ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ | ବିଶେଷ ଭାବେ ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ସ୍କୁଲ ଗୁଡିକରେ ଖାଲିଥିବା ଶିକ୍ଷକ ପଦବୀ ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କଠାରୁ ବୁଝିଥିଲେ | ଆଗାମୀ ଦିନରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ସମ୍ପର୍କରେ ବିଶେଷ ଧ୍ୟାନ ଦେଇ ଏଥିପାଇଁ ସ୍ବତନ୍ତ୍ର ଭାବେ ନିଯୁକ୍ତି ବିଜ୍ଞାପନ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ | ଭାଷା ଆନ୍ଦୋଳନ,ଓଡିଶାର ଆବାହକ ପବିତ୍ର ମହାରଥା ଏବଂ ସଂସଦ ପକ୍ଷରୁ ଡ଼.ଇନ୍ଦ୍ରମଣି ସାହୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ସମସ୍ତ ସ୍କୁଲ ଗୁଡିକରେ ଓଡ଼ିଆ ଭାଷା ଶିକ୍ଷକ ଯେପରି ନିଯୁକ୍ତି ପାଇବେ ସେଥିପାଇଁ ଏକ ଦାବିପତ୍ର ଶାସନ ସଚିବଙ୍କୁ ପ୍ରଦାନ କରିଥିଲେ |
Sign in
Sign in
Recover your password.
A password will be e-mailed to you.