ଗୁଣୁପୁରରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ

0

ଗୁଣପୁର ରୁ ସିଦ୍ଧାର୍ଥ ଦାଶ ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ବିଜୁ ଜନତା ଦଳର ଏକବିଂଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଗୁଣପୁର ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ନୁଆ ବସ ଷ୍ଟାଣ୍ଡ ଠାରେ ଅବସ୍ଥିତ ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତିରେ ଗୁଣପୁର ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ ଙ୍କ ସହ ବହୁ ବିଜେଡ଼ି ନେତା ଓ ସମର୍ଥକ ଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଅଶ୍ୱିନ ଗମାଙ୍ଗ ପରିଚାଳନା କରିଥିଲେ । ଗୁଣପୁର ସରପଞ୍ଚ ମହାସଂଘ ର ସଭାନେତ୍ରି ତଥା ଜଗନ୍ନାଥପୁର ସରପଞ୍ଚ ଙ୍କ ନେତୃତ୍ୱ ରେ ବିଭିନ୍ନ ପଞ୍ଚାୟତ ରୁ ବିଜେଡ଼ି ର ସମର୍ଥକ ଓ ସଭ୍ୟ ମାନେ ଉପସ୍ଥିତ ରହିଥିଲେ ।

ବିଜୁ ଜନତା ଦଳ ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ବିକାଶ ଧାରା କୁ ବଜାୟ ରଖିବା ସହ ବହୁ ଉନ୍ନତି ମୂଳକ କାର୍ଯ୍ୟ କରି ଆଗାମୀ ଦିନରେ ଶ୍ରୀ ଗମାଙ୍ଗ ଙ୍କ ନେତୃତ୍ୱ ରେ ପୁନଃ ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ତା ବିଜୟ ଧାରା ଜାରି ରଖିବ ବୋଲି ବିଧାୟକ ଶ୍ରୀ ଗମାଙ୍ଗ ଙ୍କ ସପକ୍ଷବାଦି ମାନଙ୍କ ପକ୍ଷରୁ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଦଳ ପକ୍ଷରୁ ବିଧାୟକ ଙ୍କ ନିଜ ଗ୍ରାମ ପଦ୍ମପୁର ର ପରିଚିତ ଆଦିବାସୀ ନୃତ୍ୟ ଦଳ ଦ୍ୱାରା ନୃତ୍ୟ ରେ ଝୁମି ଶୋଭାଯାତ୍ରା ସହର ପରିକ୍ରମା କରିଥିଲା |

Leave A Reply

Your email address will not be published.