ରାଉରକେଲା,(ବସନ୍ତ କୁମାର ଜେନା): ସହରର ର ସାମାଜିକ ଅନୁଷ୍ଠାନ ସେୟାର ର ସାଙ୍ଗୀତିକ ଶାଖା “ସୁର ତରଙ୍ଗ ” ଆନୁକୂଲ୍ୟରେ ଅକ୍ଷୟ ମହାନ୍ତି କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ”ଅକ୍ଷୟ ଏକ ଅମ୍ଲାନ ସ୍ମୃତି ” କାର୍ଯକ୍ରମ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଅନିଲ ମଲ୍ଲିକ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଉରକେଲା ଇସ୍ପାତ କାରଖାନା ର କଞ୍ଚାମାଲ ସାମଗ୍ରୀ ପ୍ରବନ୍ଧକ ବିଭଗ ର ମୁଖ୍ୟ ମହାପ୍ରବନ୍ଧକ ଶୁଭଙ୍କର ରାୟଚୈ।ଧୁରୀ,ଭାରତୀୟ ଷ୍ଟେଟ ବ୍ୟାଙ୍କ କଲିକତା ଶାଖା ର ଉପ ପ୍ରବନ୍ଧକ ନରେଶ ଚନ୍ଦ୍ର ସାହୁ, ସେୟାର ର ସଭାପତି ଶରତ ଚନ୍ଦ୍ର ସ୍ୱାଇଁ, ନିର୍ଦ୍ଦେଶକ ଦିଲୀପ କୁମାର ପରିଡା, ନିଖିଲ୍ କଳାକାର ପ୍ରଧାନ, ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ଅକ୍ଷୟ ମହାନ୍ତି ଙ୍କ ଜୀବନଶୈଳୀ ଓ ସଂଗୀତ ପ୍ରତି ଅବଦାନ ସମ୍ପର୍କ ରେ ଆଲୋଚନା କରିଥିଲେ l ପରେ ଅକ୍ଷୟ ମହାନ୍ତି ଙ୍କ ରଚିତ ଓ ଗାୟନ କରିଥିବା ଗୀତ ଗୁଡ଼ିକୁ କଣ୍ଠଶିଳ୍ପୀ ଶ୍ରାବଣୀ ମହାନ୍ତି, ନିବେଦିତା ସ୍ୱାଇଁ, ମିନାକ୍ଷୀ ମହାରଣା, ସୁନନ୍ଦା ନନ୍ଦ, ଉତ୍ତମ କୁମାର ଖଟୁଆ,ନରେଶ ଚନ୍ଦ୍ର ସାହୁ, ଝରଣା ସାହୁ,ଦିଲୀପ କୁମାର ପରିଡ଼ା, ଅର୍ଚ୍ଚନା ଶତପଥୀ ଓ ସତ୍ୟବ୍ରତ ମହାନ୍ତି ପ୍ରମୁଖ ସୁଲଳିତ କଣ୍ଠ ରେ ପରିବେଷଣ କରିଥିଲେ l ଭିରା ସିନେ ପ୍ରଡକ୍ସନ ର ମୁଖ୍ୟ ଅଜୟ ରାୟଙ୍କ ମାର୍ଗଦର୍ଶନ ଓ ସଂଯୋଜକ ଶ୍ରୀ ମଲ୍ଲିକ ଙ୍କୁ ଭାଷା ଓ ସଂସ୍କୃତି ର ପ୍ରସାରଣ ପାଇଁ ପୁରସ୍କୃତ କରାଯାଇଥିଲା l ପ୍ରାରମ୍ଭରେ ସୁର ତରଙ୍ଗ ର ପ୍ରତିଷ୍ଠାତା ଦିଲୀପ କୁମାର ପରିଡ଼ା ସ୍ବାଗତ ଭାଷଣ ଦେଇଥିଲେ l ମୁଖ୍ୟ ଅତିଥି ଅନୁଷ୍ଠାନର ପରାମର୍ଶଦାତା ଡାକ୍ତର ଜୟନ୍ତ ଆଚାର୍ଯ୍ୟ, ନିର୍ଦ୍ଦେଶକ ଶ୍ରୀ ପ୍ରଧାନ ଓ ସଭାପତି ଶ୍ରୀ ସ୍ୱାଇଁ ସୁର ତରଙ୍ଗ କଳାକାର ମାନଙ୍କୁ ମେମୋଣ୍ଟୋ ପ୍ରଦାନ କରି ଉତ୍ସାହିତ କରଥିଲେ l ସେୟାର ଓ ସୁର ତରଙ୍ଗ ର ସଦସ୍ୟ ସର୍ବଶ୍ରୀ ଜନ୍ମଜୟ ରାଉତରାୟ,ଧର୍ମେନ୍ଦ୍ର ଦାସ, ରାଜେଶ ଚୌରାଶିଆ,ରବିନ୍ଦ୍ର ପଟ୍ଟନାୟକ, ଅଜୟ ରାଉତ,ବସନ୍ତ ସ୍ୱାଇଁ, ରାଜୀବ ନାୟକ, ପ୍ରଶାନ୍ତ ପାତ୍ର,ସୁରେଶ କୁମାର ରାଉତରାୟ, ମନୋଜ ମହନ୍ତ, ୟେସ ସି ସାବତ,ଅଲେଖ ବାରିକ, ଅଚ୍ୟୁତ ନାୟକ, ମିଡ଼ିଆ ସଂଯୋଜକ ମନୋଜ ନାୟକ ପ୍ରମୁଖ କାର୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସମାଜସେବୀ ପ୍ରଦୀପ କୁମାର ଦାସ ଉପସ୍ଥିତି ରହି କଳାକାର ଙ୍କୁ ଉତ୍ସାହିତ କରିଥିଲେ ।ଶେଷରେ ଅନୁଷ୍ଠାନର ଅନ୍ୟତମ ପରାମର୍ଶଦାତା ଡ ସତ୍ୟନାରାୟଣ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post