“ସାଇବର କ୍ରାଇମ ” ସଚେତନତା ପାଠଚକ୍ର ଅନୁଷ୍ଠିତ

0 3

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ “ସାଇବର କ୍ରାଇମ ” ସଚେତନତା ତଥ୍ୟ ଉପରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ବିଭାଗୀୟ ମୁଖ୍ୟ ଅଧ୍ୟାପକ ପି ଦୀପକ ରାଓଙ୍କ ପୌରହିତ୍ୟରେ ଅନୁଷ୍ଠିତ ପାଠଚକ୍ରରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି, ପ୍ରଶାସନିକ ଅଧିକ୍ଷକ କୁମୁଦ ଚନ୍ଦ୍ର ମହାପାତ୍ର, କ୍ଷେତ୍ରିୟବରପୁର କ୍ଲଷ୍ଟର ସି. ଅର. ସି.ସି. ଛାୟାକାନ୍ତ ମହାପାତ୍ର ସମ୍ମାନିତ ଅତିଥିଭାବେ ମଞ୍ଚାସିନ ରହି ସାଇବର ଠକେଇ ସଚେତନତା ସମ୍ପର୍କରେ ବହୁ ମୂଲ୍ୟବାନ ଦୃଷ୍ଟାନ୍ତ ମୂଳକ ତଥ୍ୟ ପ୍ରଦାନ କରିଥିଲେ। ବିଦ୍ୟୁତ ପରିଷଦର ଉପସଭାପତି ଦେବେଶ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମ ସଂଚାଳନ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଗାଇଡ଼ ଅଧ୍ୟାପକ ପି ଦୀପକ ରାଓଙ୍କ ତତ୍ଵାବଧାନରେ ଦ୍ୱିତୀୟ ବର୍ଷ ବିଜ୍ଞାନ ସ୍ରୋତର ଛାତ୍ର ସୁରଜ ନାୟକ”ସାଇବର କ୍ରାଇମ ” ସମ୍ପର୍କୀୟ ସନ୍ଦର୍ଭ ପାଠ କରିଥିଲେ। ଗାଇଡ଼ ଅଧ୍ୟାପକ ସନ୍ଦର୍ଭର ସମୀକ୍ଷା, ଆଲୋଚନା କରିବା ପରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସାଇବର ଠକେଇ ସମ୍ପର୍କରେ ସମସ୍ତ ତଥ୍ୟ ଜାଣିବାକୁ ପ୍ରୟାସ କରିଥିଲେ। ଉପସ୍ଥିତ ଅଧ୍ୟାପକ ଓ କର୍ମଚାରୀ ପ୍ରମୁଖ ଯଥା କ୍ରମେ ସୁଶାନ୍ତ କୁମାର ଲେଙ୍କା, ଦିପୁ ଭୂୟାଁ, ପିଙ୍କି ପୋଲାଈ, ତ୍ରିନାଥ ବେହେରା, ପ୍ରଦୀପ ଦିଗାଲ, ଗାଙ୍ଗୁଲି ପାଲଟାସିଂ, ଯମୁନା ଖୁଣ୍ଟିଆ, ଶିବାନୀ ନାୟକ, ରମେଶ ଚନ୍ଦ୍ର ବିଶୋଇ, ବଳରାମ ଗୌଡ଼ ପାଠଚକ୍ରରେ ଅଂଶ ଗ୍ରହଣ କରି ସହଯୋଗ ପ୍ରଦାନ କରିଥିଲେ।ଶେଷରେ ପାଠଚକ୍ରର ସମ୍ପାଦିକା ପ୍ରଥମ ବର୍ଷ କଳା ସ୍ରୋତର ଛାତ୍ରୀ ବିଜଲୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.