(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା)ଖଲ୍ଲିକୋଟ:୨୦/୧୦, ସ୍ଥାନୀୟ ଖଲ୍ଲିକୋଟ ରେ ଗତ୧୬-୧୦- ୨୪ ଠାରୁ ଆରମ୍ଭ ହୋଇ ଥିବା ଗଜଲକ୍ଷ୍ମୀ ପୂଜା ୨୦-୧୦-୨୦୨୪ରେ ସମ୍ପନ୍ନ ହୋଇଯାଇଅଛି।
ଏଅଵସରରେ କହିବାକୁ ଗଲେ , ଖଲ୍ଲିକୋଟ ର ଯୁବଗୋଷ୍ଠୀ ତଥା ବ୍ୟବସାୟୀ ସଂଘର ସଦସ୍ୟ ବୃନ୍ଦ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ ନିମନ୍ତେ ବିଭିନ୍ନ ପ୍ରକାର ଆନୁସଙ୍ଗିକ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି।
ଯେହେତୁ ଆମ ର ଏଅଞ୍ଚଳର ପର୍ବ ପର୍ବାଣୀ ମଧ୍ୟରେ ଗଜଲକ୍ଷ୍ମୀ ପୂଜା ଏକ ଅଭିନ୍ନ ବୋଲି ଜନଶ୍ରୁତି ରୁ ଜଣାଯାଏ। ରବି ବାର ସନ୍ଧ୍ୟା ସାଢ଼େ ସାତଟା ବେଳକୁ ଗଜଲକ୍ଷ୍ମୀ ଙ୍କ ବିଦାୟକାଳୀନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। କମିଟିର ସଦସ୍ୟମାନେ, ଉପଦେଷ୍ଟା ମଣ୍ଡଳୀ, ତଥା ଖଲ୍ଲିକୋଟ ସହର ର ଜନସାଧାରଣ ଙ୍କ ସହଯୋଗ ରେ ମହାଲକ୍ଷ୍ମୀ ଠାକୁରାଣୀ ଙ୍କୁ ନଗର ପରିକ୍ରମା କରିବାସହ, ବିଭିନ୍ନ ପ୍ରକାରର ବାଜା, ଡିଜିଟାଲ ଲାଇଟ୍, ଡିଜେ
ବଜାଇ ସହରକୁ ଦୁଲୁକାଇ ଦେଇଥିଲେ।
ଗଜଲକ୍ଷ୍ମୀ ପୂଜା ର କମିଟି ମେମ୍ବର ମାନଙ୍କ ମଧ୍ୟରେ ଅଛନ୍ତି , ସଭାପତି ରବିନ୍ଦ୍ର ବେହେରା, ଉପସଭାପତି ପ୍ରିୟରଞ୍ଜନ ପଣ୍ଡା, ସମ୍ପାଦକ ସିମାଞ୍ଚଳ ମିଶ୍ର, ସହ ସମ୍ପାଦକ କାହ୍ନୁ ଚରଣ ସାହୁ, କୋଷାଧ୍ୟକ୍ଷ ମିହିର ରଞ୍ଜନ ମିଶ୍ର, ସହ କୋଷାଧ୍ୟକ୍ଷ ସୋମ୍ୟରଞ୍ଜନ ଲେଙ୍କା, ଉପଦେଷ୍ଟା ମଣ୍ଡଳୀ ହେଲେ ଲିଙ୍ଗରାଜ ପାତ୍ର, ଦେବରାଜ ବେହେରା, ଅଶ୍ଵିନୀ କୁମାର ମହାନ୍ତି, ଅନୀଲ କୁମାର ବେହେରା, ପ୍ରୋଗ୍ରାମ ପରିଚାଳକ ମାନେ ହେଲେ,ପପି, ସିମାଞ୍ଚଳ, କାଳିଆ,ପିକୁନ୍,ମାପି, ଅକ୍ଷୟ,ସମୀର, ଲିଟୁ, ଶଙ୍କର, ସନ୍ତୋଷ, ନିହାର ଓ ଅନ୍ୟାନ୍ୟ ସହଯୋଗୀ ବୋଲି ଜଣାପଡିଛି। ବର୍ଣ୍ଣାଢ଼୍ୟ ଢଙ୍ଗରେ ଶେଷରେ ମହାଲକ୍ଷ୍ମୀ ଠାକୁରାଣୀ ଙ୍କୁ ବନ୍ଧରେ ଭସାଇ ବିଦାୟକାଳୀନ ଉତ୍ସବ କୁ ପାଳନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.