ଭଞ୍ଜନଗର ରେ ଜିଲ୍ଲାପାଳ ଓ ନୂତନ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର

0 2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସଦରମହକୁମା ସ୍ଥିତ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଆଜି ଅକ୍ଟୋବର ମାସ ୨୧ ତାରିଖ ସୋମବାର ୨୦୨୪ ଦିନ ୧୦ ଘଣ୍ଟା ସମୟରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ଏବଂ ସର୍ବସାଧାରଣ ଙ୍କ ବିଭିନ୍ନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର ଉପସ୍ଥିତ ଥିଲେ।ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୧୯୫ ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ବ୍ୟକ୍ତିଗତ ଅଭିଯୋଗ ୧୭୯ ଟି ଥିବାବେଳେ ,ଗ୍ରାମୀୟ ଅଭିଯୋଗ ୧୬ ଟି ଥିଲା,ଜିଲ୍ଲାପାଳ ତ୍ୱରିତ ୮ ଟି ଅଭିଯୋଗର ଫଇସଲା କରିଥିଲେ। ଆଜିର ଅଭିଯୋଗ ଶୁଣାଣୀ ସମୟରେ ଜିଲ୍ଲାପାଳ , ରେଡକ୍ରସ ପାଣ୍ଠିରୁ ଜଣଂକୁ ୧୦.୦୦୦(ଦଶ ହଜାର ଟଙ୍କା )ଏଂବ ଅନ୍ୟ ଜଣଂକୁ ୫୦୦୦ (ପାଞ୍ଚହଜାର ଟଙ୍କା) ପ୍ରଦାନ କରିଥିଲେ। ଗ୍ରହଣ କରିଥିବା ଆବେଦନଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ସମୟରେ,,ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ,ଭଞ୍ଜନଗର ଅତରିକ୍ତ ଉପଜିଲ୍ଲାପାଳ ଶ୍ରୀ ବିଶ୍ଵରଂଜନ କର,ଭଞ୍ଜନଗର ଏସ.ଡ଼ି.ପି.ଓ. ଶ୍ରୀ ସୁଜିତ କୁମାର ନାୟକ,ଦକ୍ଷିଣ ବନଖଣ୍ଡ ଅଧିକାରୀ ଶ୍ରୀବିନୋଦ ଆଚାର୍ଯ୍ୟ ,ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅମିତା ପଟ୍ଟନାୟକ, ବ୍ଳକ୍ ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ ଶେଖର ଶତପଥୀ, ଭଂଜନଗର ,ଭଂଜନଗର ବି ଡି,ଓ,ଶ୍ରୀ ମନ୍ମଥ କୁମାର ନାୟକ,ତହସିଲଦାର ଶ୍ରୀ ଉମାଶଙ୍କର ବେହେରା ,ସହାୟକ ଜିଲ୍ଲାପାଳ ଶ୍ରୀ ରାମଚନ୍ଦ୍ର ମହାପାତ୍ର,ଭଞ୍ଜନଗର ଥାନା ଅଧିକାରୀ ଶ୍ରୀ କୁମାର ମୁଦୁଲି, ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି ,ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର,ସିଡିପିଓ ମିଲିମା କୁମାରୀ ପଣ୍ଡା, ପ୍ରାଣୀ ଚିକିତ୍ସା ଅଧିକାରୀ ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ l

Leave A Reply

Your email address will not be published.