ଭୁବନେଶ୍ୱର/ଓଡ଼ଗାଁ, ୨୦।୧୦(ଶ୍ରୀକାନ୍ତ କୁମାର ମିଶ୍ର): ଶନିବାର ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ରାଜ ଭବନ ପରିସରରେ ଆଦିବାସୀ ସାହିତ୍ୟ ଉପରେ ଆଧାରିତ ଏକ ନୂତନ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ରାଜଭବନ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ରଘୁବର ଦାସ ଆନୁଷ୍ଠାନିକ ଭାବରେ ବହୁ ପ୍ରତୀକ୍ଷିତ ପୁସ୍ତକ ” ଫ୍ରର୍ମ ଦ ଅନହର୍ଡ ଟୁଦ ହର୍ଡ ” ଉନ୍ମୋଚନ କରିଥିଲେ । ପ୍ରଫେସର ସିଲିମା ନନ୍ଦ ଏବଂ ଡ. ପ୍ରଜ୍ଞା ପାରମିତା ପଟ୍ଟନାୟକ ଓ ଡ. ଶଶି ଭୂଷଣ ନାୟକଙ୍କ ଦ୍ବାରା ପୁସ୍ତକଟି ସମ୍ପାଦିତ ହୋଇଛି । ସେମାନେ ଅଜ୍ଞାତ ଅଞ୍ଚଳକୁ ଯାଇ ଆଦିବାସୀ ମାନଙ୍କର ଆକର୍ଷଣୀୟ ଜୀବନ ଚର୍ଯ୍ୟାକୁ ଅନୁଧ୍ୟାନ କରିଛନ୍ତି । ଆଦିବାସୀମାନେ ଆଉ ବଞ୍ଚିତ ନୁହଁନ୍ତି । କିନ୍ତୁ ସମାଜର ସଂସ୍କୃତି ଏବଂ ପରମ୍ପରାକୁ ସମୃଦ୍ଧ କରିବାରେ ସେମାନେ ଏବେ ସକ୍ରିୟ ସହଯୋଗୀ ଅଟନ୍ତି । ସମସାମୟିକ ସମାଜର ସମୃଦ୍ଧିରେ ଆଦିବାସୀ ମାନଙ୍କର ଅନେକ ସହଯୋଗ ରହିଥିଲେ ମଧ୍ୟ ସେମାନେ ତାହାର ଶ୍ରେୟ ପାଇବାରୁ ବଞ୍ଚିତ ହେଉଛନ୍ତି । ପୁସ୍ତକ ଆଦିବାସୀ ସାହିତ୍ୟ ସମ୍ପଦର ଉଦୀୟମାନ ଭବିଷ୍ୟତକୁ ପାଳନ କରେ ଯାହା ଶେଷରେ ମୁଖ୍ୟ ସାହିତ୍ୟ ପରମ୍ପରାର ଏକ ଅଂଶ ହୋଇ ପୃଥିବୀର କୋଣ ଅନୁକୋଣରୁ ପ୍ରଶଂସା ଏବଂ ପାଠକଙ୍କୁ ଆକର୍ଷିତ କରିଥାଏ । ଏହି ପ୍ରକାଶନ ଆଦିବାସୀ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଆଣିବ ବୋଲି ଆଶା କରାଯାଏ ଏବଂ ଉଭୟ ଓଡ଼ିଶା ଭିତରେ ଏବଂ ବାହାରେ ପାଠକମାନଙ୍କ ଦ୍ବାରା ଏହା ଆଦୃତ ହେବବୋଲି ଆଶା କରାଯାଏ । ସମ୍ପାଦକମାନେ ସମର୍ଥନ ଏବଂ ସ୍ୱୀକୃତି ପାଇଁ ଅନ୍ୟ ଲେଖକ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ପୁସ୍ତକ ବର୍ତ୍ତମାନ ଅଗ୍ରଣୀ ପୁସ୍ତକ ଦୋକାନରେ କ୍ରୟ ପାଇଁ ଉପଲବ୍ଧ ହୋଇଥିବା ବେଳେ ଆମାଜନ ପରି ପ୍ରମୁଖ ଅନଲାଇନ୍ ପ୍ଲାଟଫର୍ମ ମଧ୍ୟ ଉପଲବ୍ଧ । ନୂଆଦିଲ୍ଲୀର ଅଥର୍ସ ପ୍ରେସରେ ମୃଦ୍ରିତ ହୋଇଛି ।
Sign in
Sign in
Recover your password.
A password will be e-mailed to you.
Prev Post