ଦେଶୀ ପିସ୍ତଲ୍ ଜବତ; ଜଣେ ଗିରଫ

0 1

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ରବିବାର ରାତ୍ର ଆଠ ଘଣ୍ଟା ତିରିଶ ମିନିଟ୍ ସମୟରେ ଜିଟି ହାଇସ୍କୁଲ୍ ନିକଟରେ ଜଣେ ଯୁବକ ପିସ୍ତଲ୍ ଧରି ବୁଲୁଥିବାର ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ବେଲଗୁଣ୍ଠା ପୋଲିସ୍ ବାହିନୀ ସମ୍ପୃକ୍ତ ଯୁବକ ଉପରେ ଚଢ଼ାଉ କରିଥିଲେ I ଯୁବକଙ୍କ ନିକଟରୁ ପୋଲିସ୍ ଏକ ଦେଶୀ ପିସ୍ତଲ୍ ଜବତ କରିଥିଲେ I ଯୁବକଟି ହେଉଛି ବେଲଗୁଣ୍ଠା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଛକରେ ରହୁଥିବା ସିଲୁ ପଣ୍ଡା (40) I ସିଲୁ ନାମରେ ପୂର୍ବରୁ ମଧ୍ୟ ସଙ୍ଗୀନ୍ ମାମଲା ରହିଥିବା ବେଳେ ସେ ଗତ କିଛିଦିନ ତଳେ ଜେଲ୍ ରୁ ଜାମିନ୍ ରେ ଆସିଥିଲା I ଆଜି ବେଲଗୁଣ୍ଠା ପୋଲିସ୍ ସିଲୁକୁ ଗିରଫ କରି 380/24 ରେ ଏକ ମାମଲା ରୁଜୁ କରିବା ସହିତ ଥାନା ଏସ୍ଆଇ ନାରାୟଣ ନାୟକ ଘଟଣାର ତଦନ୍ତ କରୁଛନ୍ତି I ଆସନ୍ତା କାଲି ସିଲୁକୁ ଭଞ୍ଜନଗର କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି I

Leave A Reply

Your email address will not be published.