ବଡ଼ବିଲ ଠାରେ ବିଜୁ ଜନତା ଦଳର ଏକବିଂଶ ପ୍ରତିଷ୍ଠା ଦିବସ

0

ବଡ଼ବିଲ:  ବଡ଼ବିଲ ଠାରେ ବିଜୁ ଜନତା ଦଳର ଏକବିଂଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବଡ଼ବିଲ ବିଜେଡି ନଗର କମିଟି ପକ୍ଷରୁ ଆଜି ପ୍ରତ୍ୟୁଷରେ କଳିଙ୍ଗନଗର ସ୍ଥିତ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଜୁ ଜନତା ଦଳ ଓଡ଼ିଶାର ବିକାଶଧାରାକୁ ବଜାୟ ରଖିବା ସହ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓଡ଼ିଶାକୁ ୧ନମ୍ବର ରାଜ୍ୟରେ ପରିଣତ କରିପାରିବ ବୋଲି ଦଳ ପକ୍ଷରୁ ମତପ୍ରକାଶ ପାଇଥିଲା । ନଗର ସଭାପତି ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ସାଧାରଣ ସଂପାଦକ ଚିତ୍ତରଂଜନ କର, ସାଂସଦ ପ୍ରତିନିଧି ଦେବରଂଜନ ନାୟକ, କେନ୍ଦୁଝର ଜିଲ୍ଲା ବିଜୁ ଯୁବ ଜନତା ଦଳ ସଂପାଦକ ପ୍ରଭୁଦତ୍ତ ପ୍ରଧାନ, ନଗର ଉପସଭାପତି ଶରତ କୁମାର ପଣ୍ଡା, ସଂଖ୍ୟାଲଘୁ ସେଲ୍ ସଭାପତି ସବୀର ହୁସେନ୍ ଙ୍କ ସମେତ ଲାବଣ୍ୟବତୀ ସାହୁ, ଅଶୋକ ସାହୁ, ମନିନ୍ଦର ସିଂହ, ନଟ ମହାକୁଡ଼, ଶଶୀ ସାମଲ, ଗୌତମ ଦାସ, ସୀମାନ୍ତ ପଟ୍ଟନାୟକ, ରଂଜନ ନାୟକ, ଜାହାଙ୍ଗୀର ଖାନ, ଇମ୍ରାନ ଖାନ୍, ଭୀମସେନ ମାଝୀ, କୁମୁଦ ନାୟକ, ସାଇରାମ ନାଥ, ଏମ୍ ଡି ବକ୍ତାବର, ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଦଳ ପକ୍ଷରୁ ଏକ ବାଇକ୍ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।

Leave A Reply

Your email address will not be published.