“ପ୍ରଶିକ୍ଷଣ, ଭିତ୍ତିଭୂମି ବିକାଶ ଓ ସଚେତନତା ଉପରେ ଗୁରୁତ୍ୱ ଦିଅ’ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

0 1

ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

ଭୁବନେଶ୍ୱର, ତା.୧୯/୧୦/୨୦୨୪: ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମତ୍ସ୍ୟ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା କ୍ଷେତ୍ରରେ ପ୍ରଶିକ୍ଷଣ, ଭିତ୍ତିଭୂମି ବିକାଶ ଓ ସଚେତନତା ପ୍ରସାର ଉପରେ ଗୁରୁତ୍ୱ ଦେଇଛନ୍ତିା ଆଜି ପୂର୍ବାହ୍ନରେ ମତ୍ସ୍ୟ ନିର୍ଦ୍ଦେଶାଳୟ ଓ ଅପରାହ@ରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟରେ ଅନୁଷ୍ଠିତ ପୃଥକ୍ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରି ଉପରୋକ୍ତ ମର୍ମରେ ମତ ଦେଇଛନ୍ତିା
ମନ୍ତ୍ରୀ ଶ୍ରୀ ମଲ୍ଲିକ ମତ୍ସ୍ୟଚାଷ କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯକ୍ରମ ଯଥା: ବାୟୋ ଫ୍ଲକ୍, କେଜ କଳଚର୍, ମଧୁର ଜଳ ମାଛଚାଷ, ଖାରି ଜଳ ଓ ଲୁଣି ଜଳ ମାଛଚାଷ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲୋ ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀମାନଙ୍କୂ ଉଚିତ ସମୟରେ ସହାୟତା ପ୍ରଦାନ ସାଙ୍ଗକୁ ସେମାନଙ୍କ ଉନ୍ନତି ସହିତ ରାଜ୍ୟର ବିକାଶକୁ ଗୁରୁତ୍ୱ ଦେବା ଉପରେ ମନ୍ତ୍ରୀ ପରାମର୍ଶ ଦେଇଥିଲୋ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଓ କେନ୍ଦ୍ରୀୟ ସହଭାଗିତାରେ ଚାଲିଥିବା ପ୍ରଧାନମନ୍ତ୍ରୀ ମତ୍ସ୍ୟସଂପଦ ଯୋଜନା ଅନ୍ତର୍ଭୁକ୍ତ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟଗୁଡ଼ିକ ଉପରେ ମନ୍ତ୍ରୀ ଅବଗତ ହୋଇଥିଲୋ ମତ୍ସ୍ୟ କ୍ଷେତ୍ର ସହ ଜଡ଼ିତ ରାଜ୍ୟର ସମସ୍ତ ହିତାଧିକାରୀମାନଙ୍କ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ସୁଚାରୁ ରୂପେ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲୋ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ସମୀକ୍ଷା ବୈଠକରେ ବିଭିନ୍ନ ସୂଚନା ଦେଇ ମନ୍ତ୍ରୀଙ୍କୁ ଅବଗତ କରାଇଥିଲୋ
ଅନୁରୂପ ଭାବରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର କାର୍ଯ୍ୟାବଳୀ ନେଇ ସମୀକ୍ଷା କରିଥିଲୋ ପ୍ରାଣୀ ପ୍ରଜନନ, ଟୀକାକରଣ, ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସାୟୁନିଟ, ପ୍ରାଣୀଚିକିତ୍ସାସେବାକୁ ସୁଦୃଢ଼ କରିବା ନିମନ୍ତେ ଉଲ୍ଲେଖ କରିବା ସହିତ ସେ ପ୍ରାଣୀକଲ୍ୟାଣ ପାଇଁ ଆନିମାଲ୍ସ ହେଲ୍ପ ଲାଇନର ନିରନ୍ତର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ କହିଥିଲୋ ପ୍ରାଣୀପାଳନ ସମ୍ବନ୍ଧୀୟ ଯୋଜନାଗୁୁଡ଼ିକର ସଫଳ ରୂପାୟନପୂର୍ବକ ଗ୍ରାମାଞ୍ଚଳ ଲୋକଙ୍କ ଜୀବିକାର୍ଜନ ଓ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲୋ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରା ଓ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲମ୍ଙ୍କ ସମେତ ଉଭୟ ନିର୍ଦ୍ଦେଶାଳୟର ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲୋ

Leave A Reply

Your email address will not be published.