ବିଜେପୁରରେ ହେବାକୁ ଥିବା କାଳୀପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପନ

0

ବିଜେପୁର/ସୁଶାନ୍ତ ସାହୁ :ବିଜେପୁର ସ୍ଥିତ ବସଷ୍ଟାଣ୍ଡ ଠାରେ ଦିର୍ଘ ୧୯ ବର୍ଷ ହେଲା କାଳୀପୂଜା ପାଳିତ ହୋଇ ଆସୁଅଛି। ଚଳିତ ବର୍ଷ ଖୁବ୍ ଆଡ଼ମ୍ବର ପୂର୍ଣ୍ଣଭାବେ ମାଁ କାଳୀଙ୍କ ପୂଜା ପାଳନ କରିବାପାଇଁ କମିଟି ପକ୍ଷରୁ ଜୋରଦାର ଉଦ୍ୟମ ଲାଗିରହିଥିବା ବେଳେ, ପୂଜା ଆରମ୍ଭରୁ ଅଦ୍ୟାବଧି ଯାଏଁ କର୍ତ୍ତା ଭାବେ ଶ୍ରୀଯୁକ୍ତ ଜୟକୃଷ୍ଣ ଡନସନା ଦିର୍ଘ ୧୯ ବର୍ଷ ହେଲା ଦାୟିତ୍ଵ ତୁଲାଇ ଆସୁଛନ୍ତି।ରାତ୍ର ଆଠ ଘଟିକା ସମୟରେ କୂଳ ପୁରୋହିତ ପଣ୍ତିତ କିଶୋର ଚନ୍ଦ୍ର ପୂଜାରୀ ପୂଜକ ଭାବେ ଦାୟିତ୍ୱ ନିର୍ବାହ କରି ଶୁଭ ସ୍ତମ୍ଭ ସ୍ଥାପନ କରିଥିଲେ।ଏହି ଶୁଭ ସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ବିଜେପୁର ଜମିଦାର ଶ୍ରୀମାନ ସନତ କୁମାର ଗଡତୀୟା ଯୋଗଦାନ କରି ମାଁ କାଳୀଙ୍କ ପୂଜା ପାର୍ବଣ ଆଡ଼ମ୍ବର ପୂର୍ଣ୍ଣି ଭାବେ ପାଳନ ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ କମିଟୀର ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି

l

Leave A Reply

Your email address will not be published.