(ଶାସକ ପ୍ରଶାସକ /ଖଲ୍ଲିକୋଟ ରୁ ଶିବରାମ ଜେନା: ଜଗତଜନନୀ,ସଙ୍କଟମୋଚନୀ,ମହିଷମର୍ଦ୍ଦିନୀ ମା ଦୁର୍ଗାଙ୍କ ବିଦାୟ ଦିଆଯାଉଥିଲା ବେଳେ ତାଙ୍କ ସ୍ଥାନ ପୁରଣ ପାଇଁ ପହଞ୍ଚି ଲେ ମା ଗଜାରୃଢ ମା ଲକ୍ଷ୍ମୀ ସାଆନ୍ତାଣୀ। ଏଅଵସରରେ
ଖଲ୍ଲିକୋଟ ର ମାଉସୀ ମା ମନ୍ଦିର ସନ୍ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ରେ ଯୁବପିଢି ଙ୍କ ଦ୍ଵାରା ପୂଜା ପାଉଛନ୍ତି ଗଜଲକ୍ଷ୍ମୀ। ଆଜକୁ ୧୪ ବର୍ଷ ଧରି ପୂଜା ପାଉଛନ୍ତି ଗଜଲକ୍ଷ୍ମୀ। ଗଜଲକ୍ଷ୍ମୀ ପୂଜା ର ଶୋଭା ବର୍ଦ୍ଧନ ନିମନ୍ତେ ବିଭିନ୍ନ ପ୍ରକାର ଆନୁସଙ୍ଗିକ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ସେ ଭିତରେ ଆୟୋଜନ କରାଯାଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ , ଭଜନ ସମାରୋହ ବହୁ ଗାୟକ ଓ ସଙ୍ଗୀତଜ୍ଞ ଙ୍କ ସମାବେଶ ମଞ୍ଚାସିନ ଥିଲେ। ଆସନ୍ତା ରବିବାର ପର୍ଯ୍ୟନ୍ତ ଗଜଲକ୍ଷ୍ମୀ ଙ୍କ ପୂଜା ଚାଲିବ ବୋଲି ଯୁବଗୋଷ୍ଠୀ ର ସକ୍ରିୟ କର୍ମୀ ନିଜ ର ମତବ୍ୟକ୍ତ କରିଛନ୍ତି। ଏ କାର୍ଯ୍ୟକ୍ରମ ରେ ସହଯୋଗ କରିଛନ୍ତି, ରବିନ୍ଦ୍ର ବେହେରା, ପ୍ରିୟ ରଞ୍ଜନ ପଣ୍ଡା,ସିମାଞ୍ଚଳ ମିଶ୍ର, କାହ୍ନୁଚରଣ ସାହୁ,ମିହିର ରଞ୍ଜନ ମିଶ୍ର,ବେଣୁ ସାହୁ, ସୋମ୍ୟରଞ୍ଜନ ଲେଙ୍କା, ଅଶ୍ଵିନୀ ମହାନ୍ତି, ଲିଙ୍ଗରାଜ ପାତ୍ର, ଅନୀଲ କୁମାର ବେହେରା ,ପଟି,ସିମାଞ୍ଚଳ,କାଳିଆ,ପିକୁନ,ଅକ୍ଷୟ, ସମୀର,ଲିଟୁ,ଶଙ୍କର, ସନ୍ତୋଷ, ନିହାରଙ୍କ ସମେତ ଅନ୍ୟାନ୍ୟ ଯୁବଗୋଷ୍ଠୀ।
ଖଲ୍ଲିକୋଟ ରୁ ଶିବରାମ ଜେନା, “ଶାସକ ପ୍ରଶାସକ” ।
Sign in
Sign in
Recover your password.
A password will be e-mailed to you.