ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ କୁଲାଡ ଗ୍ରାମରେ ଭଞ୍ଜରାଜା ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ବହୁ ପୁରାତନ ଶ୍ରୀ ଜଗନ୍ନାଥସ୍ଵାମୀ ମନ୍ଦିର ଓ ଶ୍ରୀ ରଘୁନାଥ ସ୍ଵାମୀ ମନ୍ଦିରର ଶହ ଶହ ଏକର ଜମିବାଡ଼ି ଓ ଅନ୍ୟାନ୍ୟ ରିତି ନୀତି ବିଷୟକ ଜବରଦଖଲ ଏବଂ ଅବରୋଧ ବିଷୟକୁ ନେଇ ପ୍ରଶାସନ ପାଖରେ କୁଲାଡ ଗ୍ରାମର କେତେକ ବରିଷ୍ଠ ଲୋକଙ୍କ ଅଭିଯୋଗ ହୋଇ ଆସିଥିଲା। ସେହି ଅଭିଯୋଗ ପ୍ରକାରେ ଆଜି ଅଚାନକ୍ ଭାବରେ ଓଡ଼ିଶା ସରକାରଙ୍କ ତରଫରୁ ଆଡିସିନାଲ୍ ଏଣ୍ଡୋମେଣ୍ଟ ବୋର୍ଡ କମିସନର ଙ୍କ ଉକ୍ତ ମନ୍ଦିର ପରିଦର୍ଶନ ହୋଇଥିବାର ଦେଖାଦେଇଛି।
କୁଲାଡ ଗ୍ରାମର ଶହ ଶହ ବର୍ଷର ଐତିହାସିକ କିର୍ତ୍ତିରାଜିକୁ ବହନ କରୁଥିବା ଅନେକ ମନ୍ଦିର ମଧ୍ୟରୁ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀ ରଘୁନାଥ ସ୍ଵାମୀ ମନ୍ଦିର ର ବିଭିନ୍ନ ସମସ୍ୟା କୁ ନେଇ ଉକ୍ତ ଗ୍ରାମର ଜଣେ ଜଣାଶୁଣା ବିଜ୍ଞ ବ୍ୟକ୍ତି ଶ୍ରୀଯୁକ୍ତ ଶଙ୍କର ନାରାୟଣ ପାଣିଗ୍ରାହୀ ଓ ଅନେକ ସ୍ଥାନୀୟ ବ୍ୟକ୍ତି ବିଶେଷ ମନ୍ଦିର ପ୍ରଶାସନ ପାଖରେ ପୂର୍ବରୁ ଅଭିଯୋଗ କରିଥିବା ଦେଖାଯାଇଛି। ସେହି ଗୁରୁତ୍ବପୂର୍ଣ୍ଣ ଅଭିଯୋଗ କୁ ଭିତ୍ତି କରି ଆଜି ଅକ୍ଟୋବର ମାସ ୧୮ ତାରିଖ ଶୁକ୍ରବାର ୨୦୨୪ ଦିନ ଓଡ଼ିଶା ଦେବୋତ୍ତର ବିଭାଗ ର ଆଡିସିନାଲ୍ କମିସନର୍ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ଜେନା ବ୍ରହ୍ମପୁର ରୁ ଉକ୍ତ ମନ୍ଦିର ର ସମାସ୍ୟା ପରିଦର୍ଶନ ପାଇଁ ଆସିଥିବାର ଦେଖାଯାଇଛି। ପ୍ରଥମେ ସେ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ପରିସର କାର୍ଯ୍ୟାଳୟରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଙ୍କ ସହ ଆଲୋଚନା କରିଥିବାର ଦେଖାଯାଇଥିଲା ।ପରେ ସେ ଜଗନ୍ନାଥ ମନ୍ଦିରର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ପରେ ପରେ ଶ୍ରୀ ରଘୁନାଥ ସ୍ଵାମୀ ମନ୍ଦିରକୁ ଯାଇ ବିଭିନ୍ନ ସ୍ଥାନ ଜମି ବୁଲି ଦେଖିଥିଲେ। ଶ୍ରୀଯୁକ୍ତ ଜେନା ଙ୍କ ସହିତ ଅତିରିକ୍ତ ତହସିଲଦାର ଶ୍ରୀ ଅବିନାଶ କୁମାର ମେହେର, ଦେବୋତ୍ତର ବିଭାଗ ନିରିକ୍ଷକ ଶ୍ରୀ ହେମନ୍ତ କୁମାର ଦାସ, ଆର୍ ଆଇ ଶ୍ରୀ ଭଗବାନ୍ ବେହେରା ଓ ଅମିନ ଉପସ୍ଥିତ ଥିଲେ। ଆଜି ମଧ୍ୟ ଶ୍ରୀ ଶଙ୍କର ନାରାୟଣ ପାଣିଗ୍ରାହୀ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ଵାରା ମାନନୀୟ ଏଣ୍ଡୋମେଣ୍ଟ କମିସନର୍ ଓଡ଼ିଶା ଭୁବନେଶ୍ବର ଉଦେଶ୍ୟରେ ଏକ ଲିଖିତ ଅଭିଯୋଗ ଫର୍ଦ୍ଦ ଆଡିସିନାଲ୍ କମିସନର୍ ଙ୍କୁ ପ୍ରଦାନ କରାଯାଇଛି। ଯେଉଁଥିରେ ଉଲ୍ଲେଖ ଥିବାର ଦେଖାଯାଇଛି ଯେ, ଉକ୍ତ ମନ୍ଦିର ର ମୂଲ୍ୟବାନ ଅନେକ ଜମିକୁ ଜବର ଦଖଲ ମୁକ୍ତ କରାଯାଉ ଏବଂ ଅବରୋଧ କୁ ଦୁର କରିବା ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରାଯାଉ। ବିଜୁ ଗ୍ରାମୀଣ ବଜାର କୁ ଜଗନ୍ନାଥ ମନ୍ଦିର କୁ ହସ୍ତାନ୍ତର ହେଉ। ରଥଖଳାରୁ ଜବରଦଖଲ ହଟାଇ ମନ୍ଦିର ର ପୁଷ୍କରିଣୀ କୁ ରାସ୍ତା ଖୋଲାଯାଉ। ମନ୍ଦିର ଦେବସ୍ଵ ସମ୍ପତ୍ତି ପରିସରରେ ବେନୀୟମ ଜବରଦଖଲ କାରୀ ଓ ନିର୍ମାଣ ହୋଇଥିବା କୋଠାବାଡ଼ି କୁ ହଟାଯାଉ। ଓଡ଼ିଶା ର ବର୍ତମାନ ପରିବର୍ତ୍ତନ ଭାରତୀୟ ଜନତା ପାର୍ଟି ସରକାର ହୋଇଥିବାରୁ ଓ ଏହି ସରକାର ବିଭିନ୍ନ ମଠ ମନ୍ଦିର ର ଅଦ୍ଭୁତ ପୁର୍ବ ଉନ୍ନତି କରୁଥିବାରୁ। ଉକ୍ତ ମନ୍ଦିର ମାନଙ୍କର ମଧ୍ୟ ଉନ୍ନତି ହେବ ବୋଲି ସ୍ଥାନୀୟ ଜନସାଧାରଣ ଙ୍କ ମନରେ ଅନେକ ଆଶା ଓ ବିଶ୍ବାସ। ଏଠାରେ ମନ୍ଦିର ପ୍ରଶାସନିକ ଅଧିକାରୀ ଙ୍କ ସହ କୁଲାଡ ଗ୍ରାମର ଦୁର୍ଗା ସାହୁ, ସୁର୍ଯ୍ୟ ପାଢ଼ୀ, ବ୍ରହ୍ମାନନ୍ଦ ଦାସ, ଚରଣ ସ୍ଵାଇଁ, ଚନ୍ଦ୍ରଶେଖର ପଣ୍ଡା, ସଞ୍ଜୟ ସ୍ଵାଇଁ ଓ ଟୁଟୁ ପଣ୍ଡା ଉପସ୍ଥିତ ଥିଲେ। ଏଥିସହ ବିଶ୍ବହିନ୍ଦୁ ପରିଷଦ ର ଓଡ଼ିଶା ପୁର୍ବ ପ୍ରାନ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ମୁରଲୀଧର ପଣ୍ଡା ଓ ବିଶ୍ବହିନ୍ଦୁ ପରିଷଦ ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧିର କୁମାର ନାୟକ ଉପସ୍ଥିତ ଥିବାର ଦେଖାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post