ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ ହେଲ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ
ରାୟଗଡ: ସ୍ଥାନୀୟ ଫରେଷ୍ଟ ପାର୍କ ଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡିଶା ତରଫରୁ ୭୦ ତମ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ୨୦୨୪ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାୟଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀ ଆପଲ ସ୍ୱାମୀ କାଡ୍ରାକା ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, କୋଲନରା ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲେସିକା ଓ ସମାଜସେବୀ, ପରିବେଶବିତ ଶ୍ରୀ ଗୌରାଙ୍ଗ ଚରଣ ରାଉତ ଯୋଗଦେଇ କିଭଳି ଭାବେ ଜଙ୍ଗଲ କ୍ଷୟ ରୋକାଯାଇ ପାରିବ ଏବଂ କଣ କଣ ପଦକ୍ଷପର କାର୍ଯ୍ୟକାରୀ କରିବା ଆବଶ୍ୟକତା ରହିଚି ଓ ବନ୍ୟପ୍ରାଣୀ କିଭଳି ସୁରକ୍ଷିତ ରହିବେ ନିଜ ନିଜ ଅଭିଭାଷଣ ମାଧ୍ୟମରେ ବିସ୍ତୃତ ବର୍ଣ୍ଣନା କରିଥିଲେ l
ରାୟଗଡ ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ ଓହୋଲେଙ୍କ ଅଧ୍ୟକ୍ଷତାରେ ଉକ୍ତ ସପ୍ତାହ ପାଳନ କରାଯାଇଥିଲା l ପ୍ରଥମେ (ଏସିଏଫ), ରାୟଗଡ ଶ୍ରୀ ସନ୍ଦୀପ କୁମାର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ (ଏସିଏଫ), ରାୟଗଡ ଶ୍ରୀ ଅଶୋକ କୁମାର ପ୍ରଧାନ ବନ୍ୟପ୍ରାଣୀ ସପ୍ତାହ ପାଳନର ଆଭିମୁଖ୍ୟ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ଲ ପରିବେଶର ସୁରକ୍ଷା ନିମନ୍ତେ ବୃକ୍ଷ ଚାରା ରୋପଣ ଓ ଏହାର ସୁରକ୍ଷା, ପ୍ଲାଷ୍ଟିକ ବର୍ଜନ ଓ ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘକୁ ପ୍ରକୃତି ମିତ୍ର ୨୦୨୪ ସମ୍ମାନରେ ସମ୍ମାନୀତ କରିବା ସହ ୨୦ ହଜାର ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରିଥିବା ବେଳେ ଉକ୍ତ ପୁରସ୍କାର ସାଙ୍ଗର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗା, ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ, ଉପଦେଷ୍ଟା ଶ୍ରୀ ସରୋଜ କୁମାର ସାହୁ ଓ ସଭ୍ୟ ଦୀପକ ପଣ୍ଡା କେ. କ୍ରିଷ୍ଣାମୂର୍ତ୍ତି ପ୍ରମୁଖ ଉକ୍ତ ପୁରସ୍କାରକୁ ଗ୍ରହଣ କରିଥିଲେ l ଏହାସହ ପରିବେଶ ସୁରକ୍ଷା ପାଇଁ ନିଜସ୍ୱ ଉଦ୍ୟମରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ସାମ୍ବାଦିକ ମନୋଜ କୁମାର ସାହୁଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନୀତ କରିବା ସହ ୧୦ ହଜାର ଟଙ୍କା ପୁରସ୍କାର ରାଶି ସହ ମାନପତ୍ର ସମସ୍ତ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l
ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ପରିବେଶ ସୁରକ୍ଷା ପାଇଁ ନିଜର ଉତ୍ସର୍ଗୀକୃତ ଅବଦାନ ପାଇଁ ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା ନେଇ କରାଯାଇଥିବା ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ବନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l