ବିଜେପୁର ବିଜ୍ଞପିତ ଅଞ୍ଚଳ ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ସୁନ୍ଦୁରି ଫଲ୍’ସା ଫୁଲ୍ ଭଳି

0 2

ବିଜେପୁର ସୁଶାନ୍ତ ସାହୁ (ଶାସକ ପ୍ରଶାସକ ): ବିଜେପୁର ବ୍ଲକ ଧିରେ ଧିରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଉଭା ହୋଇଥିଲେ ସୁଦ୍ଧା ଏଠାରେ ଉନ୍ନୟନ ମୂଳକ କାର୍ଯ୍ୟ ଦେଖ୍ ସୁନ୍ଦୁରି ଫଲ୍’ସା ଫୁଲ୍ ଭଳି ମନେ ହୁଏ। ଏବେ ଆସିବା କୋର୍ଟକୁ ଲାଗି ରହିଥିବା ସେଲଫି ପଏଣ୍ଟ ଆଡ଼କୁ। ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୨ ଲକ୍ଷ ୪୪ ହଜାର ୩୧୦ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ସେଲଫି ପଏଣ୍ଟ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି।ଲାଇଟ୍ ନଜଳିବା ସାଙ୍ଗକୁ ଅନ୍ଧକାର ଭିତରେ ଶୟନ କରିଥିବା ଏହି ସେଲଫି ପଏଣ୍ଟ କେତେବେଳେ ଚେଇବ ତାର ସମୟ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀଙ୍କୁ ହିଁ ଜଣାଥିବା। ବର୍ତ୍ତମାନ ଚାଲିଛି ଶାରଦୀୟ ନବରାତ୍ର ପୂଜା। ଏଭଳି ପାର୍ବଣ ଋତୁରେ ବିଭିନ୍ନ ଅଞ୍ଚଳର ଲୋକଙ୍କ ଭିଡ଼ ଲାଗି ରହିଥାଏ। ପିଲାଏ ଖୁସିରେ ସେଲଫି ପଏଣ୍ଟରେ ଫଟୋ ଉଠାଇ ମଜା ଉଠାଇଥାନ୍ତି। କିନ୍ତୁ ସେ ସବୁ ଏଠାରେ ନାହିଁ।ଲାଇଟ ବିହୀନ ସେଲଫି ପଏଣ୍ଟ କୁ ଦେଖି ଆଡ଼ ମୁହଁ କରି ଚାଲି ଯାଉଥିବା ଦେଖିବାକୁ ମିଳିଛି।ସେଲଫି ପଏଣ୍ଟ କୁ ସୁନ୍ଦର ଆଳରେ କେଇ ଗୋଟି ଗମଲା ମାନଙ୍କୁ  ସୋ ପ୍ଲାଣ୍ଟ ଲଗାଇ ଦେଲେ ଦୁଃଖ ଯାଏନି।ତାର ରକ୍ଷଣାବେକ୍ଷଣ, ଯତ୍ନର ଆବଶ୍ୟକତା ରହିଛି।ପାଣି ଟୋପାଏ ଆଶ୍ରା ରେ ଗଛ ଗୁଡିକ ବଞ୍ଚି ରହିଥାନ୍ତି।ହେଲେ ତାର ଯତ୍ନ ରକ୍ଷଣାବେକ୍ଷଣା ଅଭାବରୁ ଗଛ ଗୁଡିକ ସମ୍ପୁର୍ଣ୍ଣ ମରି ସାରିଲାଣି। ପାର୍ବଣ ଋତୁରେ ଅର୍ଥାତ୍ ଏଇ ଦିନେ ଦୁଇଦିନ ମଧ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଏହାରି ଉପରେ କି ପ୍ରକାରର ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.