ଡା ପାଣୁ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ , ଡା ନାୟକ ସଭିଙ୍କ ପ୍ରିୟ ଥିଲେ

2

ବେଲଗୁଣ୍ଠା , -(ଶିବରାମ ଚୌଧୁରୀ )-, ଡାକ୍ତର ପାଣୁ ନାୟକଙ୍କ ସମାଜର ଶିକ୍ଷା, ସ୍ୱାସ୍ଥ୍ୟ,କୁସଂସ୍କାର ଦୂରୀକରଣ, କ୍ରୀଡା, ସାମାଜିକ ଦାୟିତ୍ୱବୋଧତା ଅତୁଳନୀୟ ବୋଲି ସ୍ବର୍ଗତ ପାଣୁ ନାୟକଙ୍କ ଶ୍ରାଦ୍ଧବାର୍ଷିକୀ ସଭାରେ ଆମନ୍ତ୍ରିତ ଅତିଥି ମାନେ ନିଜର ମତାମତ ରଖିଛନ୍ତି, ରବିବାର ଦିନ ଗୋବରା ନୃସିଂହ ମନ୍ଦିର ପ୍ରାଙ୍ଗଣରେ ପରିବାର ତରଫରୁ ଆୟୋଜିତ ସ୍ବର୍ଗତ ପାଣୁ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସଭାରେ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର କୁଳାଧିପତି ପ୍ରହଲ୍ଲାଦ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ନେଟଙ୍ଗା ମଣ୍ଡଳ ସଭାପତି ଦିବ୍ୟାଲୋଚନ ବିଶ୍ୱାଳ, ସମ୍ପାଦକ କୃଷ୍ଣ ଚନ୍ଦ୍ର ସ୍ୱାଇଁ ଉପସଭାପତି ରାମଚନ୍ଦ୍ର ବାରିକ, କୋଷାଧକ୍ଷ କୁନା ପରିଡା ସହ ସମ୍ପାଦକ ରଙ୍କନିଧି ସ୍ୱାଇଁ ସମେତ ବରଗାଁ ମଣ୍ଡଳ ସଭାପତି ରଞ୍ଜିତ କୁମାର ସ୍ୱାଇଁ,ଉପସଭାପତି ପ୍ରଦୀପ କୁମାର ଜେନା କମାଗଡ ମଣ୍ଡଳ ସଭାପତି ରାଜେନ୍ଦ୍ର ମଲ୍ଲ, କୋଷାଧକ୍ଷ କାମେଶ୍ୱର ପ୍ରଧାନ, ଭୁବନେଶ୍ୱର ମଣ୍ଡଳ ସଭାପତି ରାଜେନ୍ଦ୍ର କୁମାର ନାୟକ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ରାଘବ ନାୟକ, କୋଷାଧକ୍ଷ ମୁନା ବାରିକ,ସଂଗଠନ ସମ୍ପାଦକ ହରିବନ୍ଧୁ ଲେଙ୍କା କେନ୍ଦ୍ର ସଦସ୍ୟ ପବିତ୍ର ଲେଙ୍କା,ଜଗନ୍ନାଥ ପାତ୍ର, ସମାଜସେବୀ ଶୁଳପାଣି ଶତପଥୀ ବରିଷ୍ଠ ଡାକ୍ତର ବିଜୟ କୁମାର ଭୂୟାଁ, ଡ଼ଃ ଘନଶ୍ୟାମ ବିଶ୍ୱାଳ,ସମିତିସଭ୍ୟ କୁଞ୍ଜବିହାରୀ ନାୟକ,ସରପଞ୍ଚ ଦୁର୍ଗାମାଧବ ନାୟକ, ଜୟରାମ ନାୟକ ଓ ଅଞ୍ଚଳର ବୁଦ୍ଧିଜୀବୀ ରବୀନ୍ଦ୍ର କୁମାର ନାୟକ, ସନ୍ତୋଷ ବିଶ୍ୱାଳ, ରାମକୃଷ୍ଣ ପାତ୍ର, ତ୍ରିଲୋଚନ ପ୍ରଧାନ, ଆଦି ନାରାୟଣ ଖଣ୍ଡୁଆଳ ପ୍ରମୁଖ ଯୋଗଦାନ କରି ସ୍ବର୍ଗତ ପାଣୁ ନାୟକ ଙ୍କ କରି ସ୍ମୃତି ଚାରଣ କରିଥିଲେ l ସଭାକାର୍ଯ୍ୟ ରେସ୍ପଣ୍ଡ ଟ୍ରଷ୍ଟ ଅଧକ୍ଷ ସ୍ବସ୍ତି ସୁନ୍ଦର ସିଅ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଝିଅ ରଶ୍ମିତା ପୁଅ ବିଶ୍ଵକାନ୍ତ, ଡା ଲକ୍ଷ୍ମୀକାନ୍ତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

Leave A Reply

Your email address will not be published.