ବିଜେପୁର ସୁଶାନ୍ତ ସାହୁ(ଶାସକ ପ୍ରଶାସକ) :ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଆଜି ବି ଲୋକପ୍ରିୟ ହୋଇ ରହିଛି ରଶି ଟଣା ଖେଳ | ଏହାକୁ ନେଇ ଯୁବ ବର୍ଗଙ୍କ ଭିତରେ ରହିଛି ଅଫୁରନ୍ତ ଉତ୍ସାହ | ବିଭନ୍ନ ସ୍ଥାନରେ ମଧ୍ୟ ପାର୍ବଣ ସମୟରେ ଅନୁଷ୍ଠିତ ହୋଇ ଆସୁଛି ରଶି ଟଣା ପ୍ରତିଯୋଗିତା |
ବରଗଡ଼ ଜିଲ୍ଲା ବିଜେପୁର ଅନ୍ତର୍ଗତ ତାଳପଦର ଗ୍ରାମରେ ଏହି ପାରମ୍ପରିକ ଲୋକ କ୍ରୀଡା ରଶି ଟଣା ଖେଳକୁ ବଜାୟ ରଖିବାକୁ ଗ୍ରାମର ଯୁବକ ମାନେ ଅନବରତ ପ୍ରୟାସ ଜାରି ରଖିଛନ୍ତି । ଖାଲି ବଂଚେଇ ରଖିବା କଥା ନୁହେଁ , ଆଖପାଖ ଅଞ୍ଚଳ ଯଥା – ସୋହେଲା, ଚୁଙ୍ଗିଦାଦର୍,ପାଇକମାଳ, ଲୁହୁରାଚଟି, ଝାରବନ୍ଧ ଓ ପଡ଼ା ତଥା ଅନେକ ଯାଗାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଚାମ୍ପିଅନ ହୋଇଆସୁଛନ୍ତି । ଆସନ୍ତା ତା.୧୨.୧୦.୨୦୨୪ ରିଖ ରେ ଦୁର୍ଗା ପୂଜା ଉପଲକ୍ଷେ ସୋହେଲା ଠାରେ ହେବାକୁ ଥିବା ରଶିଟଣ| ପ୍ରତିଯୋଗିତା ପାଇଁ ଦୀର୍ଘ ଏକ ମାସ ହେବ ତାଙ୍କର କଠିନ ଭାବରେ ଅଭ୍ୟାସ ଚାଲିଛି । ଟିମ୍ ର କୋଚ୍ ଉମେଶ ଚନ୍ଦ୍ର ଭୋଇ ଓ ସୁଦର୍ଶନ ବନଛୋର୍ ଙ୍କ ତତ୍ତ୍ଵାବଧାନରେ ଶୃଙ୍ଖଳା ର ସହ ଖେଳାଳି ଚୟନ ଓ ଅଭ୍ୟାସ କୁ ଜାରି ରଖିଛନ୍ତି । ଗ୍ରାମବାସୀ ମଧ୍ୟ ଅଭ୍ୟାସ ସମୟରେ ଆସି ଖେଳାଳି ମାନଙ୍କୁ ଉତ୍ସାହିତ କରୁଛନ୍ତି । ସମସ୍ତ ଖେଳାଳି ତଥା ଦର୍ଶକ ମାନଙ୍କ ପାଇଁ ରାତ୍ରୀଭୋଜନ ର ବ୍ୟବସ୍ଥା ମଧ୍ୟ କରାଯାଉଛି। ଖେଳାଳି ମାନଙ୍କ କହିବାନୁସାରେ ଉକ୍ତ ଖେଳକୁ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରରେ ସ୍ଥାନ ଦିଆଗଲେ ଏବଂ କିଛି ସରକାରୀ ପ୍ରୋତ୍ସାହନ ମିଳିଲେ ଖେଳକୁ ଆହୁରି ମନୋରଞ୍ଜନଧର୍ମୀ ଓ ଲୋକାଭିମୁଖୀ ହୋଇପାରନ୍ତା ।