ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ଆଜି ବେଲଗୁଣ୍ଠା ବଣିକ ସଙ୍ଘ କାଯ୍ୟାଳୟ ଠାରେ ସୁରେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବ ରେ କଳାକାର ସଙ୍ଘର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଳାକାର ସଂଘର ସଦସ୍ୟମାନେ ସକାଳ ୮. ୩୦ସମୟରେ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା କରି ବିଭିନ୍ନ ଲୋକନୃତ୍ୟ ମାଧ୍ୟମରେ ବଣିକ ସଙ୍ଘ ଭବନ ଠାରେ ପହଂଚି ପତାକା ଉତ୍ତୋଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରିଥିଲେ। ସମ୍ମାନିତ ଅତିଥିଭାବେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଙ୍ଘ ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଙ୍ଘ ସଚିବ ସୁବାଷ ଚନ୍ଦ୍ର ସାହୁ, ବରିଷ୍ଠ ନାଟ୍ୟକାର ତଥା ଉପଦେଷ୍ଟା ପ୍ରଫୁଲ୍ଲ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ।ଦକ୍ଷିଣ ଓଡିଶା କଳାକାର ସଙ୍ଘ ସଭାପତି ତିରୁପତି ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କଳାକାର ମାନେ ବିଭିନ୍ନ ଲୋକନୃତ୍ୟ ଲୁଦୁଲୁଦି ଗ୍ରାମର ପ୍ରହ୍ଲାଦ ନାଟକ, ସାରିଆପଲି ଗ୍ରାମର ଘଣ୍ଟଥାଳ, ନେଟେଙ୍ଗାର ବାଘ-ବୃଷଭ ଓ ପାଲକଷଣ୍ଡାର ଦାସକାଠିଆ ସଂଗୀତ ପରିବେଷଣ କରିଥିଲେ। ବେଲଗୁଣ୍ଠା ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କଳାକାର ମଧ୍ୟରେ ପ୍ରଶାନ୍ତ ଜେନା, ନାରାୟଣ ଗୌଡ଼,ଶିବରାମ ରାଉତ, ରଂଜିତ ପାତ୍ର, ନିରଞ୍ଜନ ବେହେରା, ପ୍ରକାଶ ଭୂୟାଁ,ସନ୍ତୋଷ ଲେଙ୍କା, ରାଜେନ୍ଦ୍ର ଗୌଡ଼, ରମେଶ ଗୌଡ଼ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post