ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୬/୧୦/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ଝାଲିଆଗୁଡ଼ା ବିଟ ଠାରେ ବନ କର୍ମଚାରୀ, ଭି ଏସ ଏସ କମିଟି ଓ ଗ୍ରାମବାସୀଙ୍କୁ ନେଇ ୭୦ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବନାଞ୍ଚଳ ଅଧିକାରୀ ଉମାକାନ୍ତ ପଟ୍ଟନାୟକ ଯୋଗ ଦେଇ ବନ୍ୟ ଜୀବଜନ୍ତୁ ଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଓ ଆଗକୁ କିପରି ବନ୍ୟଜନ୍ତୁ ଙ୍କୁ ସୁରକ୍ଷା ଦିଆଯାଇ ପାରିବ ସେ ନେଇ କହିଥିଲେ। ପରିବେଶ ସନ୍ତୁଳନ ଓ ଜଳବାୟୁ ପରିବର୍ତ୍ତନ ରେ ବନ୍ୟଜନ୍ତୁ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେମାନଙ୍କ ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଥିଲେ। ଜୈବ ବିବିଧତା ଓ ଜଙ୍ଗଲ ର ପ୍ରାକୃତିକ ସମ୍ପଦ କୁ ସୁରକ୍ଷା କରିବା ନେଇ ସଚେତନ କରିଥିଲେ। ଅକ୍ଟୋବର ୨ ତାରିଖରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଥିବା ବେଳେ ଡାବୁଗାଁ ବନ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ବନ୍ୟଜନ୍ତୁ ସୁରକ୍ଷା ନେଇ ସଚେତନ କାର୍ଯ୍ୟକ୍ରମ ଜାରି ରହିଛି। ଏହି କାର୍ଯ୍ୟକ୍ରମରେ ବନରକ୍ଷୀ ମନୋରଞ୍ଜନ ନାୟକ,ଉମା ଶଙ୍କର ମିଶ୍ର, ତାପସ ପଟ୍ଟନାୟକ ଓ କାର୍ତ୍ତିକ ମାଝୀ ସହ ଝାଲିଆଗୁଡା ବିଟ ଭି ଏସ ଏସ କମିଟି ର ସଭ୍ୟ ସଭ୍ୟା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.