ଜଗତସିଂହପୁର,ତା-/ସୁମନ୍ତ କୁମାର ଦାସ: ଜଗତସିଂହପୁର ସଦର ଥାନା ଅଧୀନ ତୁମ୍ଭାଅଣ୍ଡେଇସାହି ଗ୍ରାମପଞ୍ଚାୟତ ଚଢେଇଗାଁରେ ଚନ୍ଦ୍ରଶେଖର ମନ୍ଦିରରେ ହୋଇଥିବା ଚୋରି ସହ, ବିଭିନ୍ନ ମନ୍ଦିରରୁ ଚୋରି କରୁଥିବା ଚୋରଙ୍କୁ କାବୁ କରିଛି ଜଗତସିଂହପୁର ପୋଲିସ । ଏହି ଚୋରି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଙ୍କ ଘର ତୁମ୍ଭାଅଣ୍ଡେଇସାହି ପଞ୍ଚାୟତ ଚଢେଇଗାଁ ବୋଲି ଜଣାପଡିଛି ଅଭିଯୁକ୍ତ ଦୁଇଭାଇ ବରଦା ପ୍ରସାଦ ଆଚାର୍ଯ୍ୟ, ଅନ୍ନଦା ପ୍ରସାଦ ଆଚାର୍ଯ୍ୟ ଓ ଶାରଦା ପ୍ରସାଦ ଆଚାର୍ଯ୍ୟ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଶାରଦା ପ୍ରସାଦଙ୍କୁ ଜଗତସିଂହପୁର ପୋଲିସ ଗିରଫ କରିଥୁବା ବେଳେ, ବରଦା ଓଁ ଅନ୍ନଦା ବାଲିପାଟଣା ଥାନାରେ ଅଟକ ଥିବା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l ଜଗତସିଂହପୁର ନବାଗତ ଏସ.ପି ଭବାନୀ ଶଙ୍କର ଉଦ୍ଗାତା ଘଟଣା ସୂତ୍ରରୁ ପ୍ରକାଶ ଯେ ଗତକାଲି ଖୋର୍ଦ୍ଧା ଜିଲ୍ଲା ପାଟଣା ସ୍ଥିତ ଏକ ମନ୍ଦିରରୁ ଚୋରି ପୋଲିସ ବରଦା ପ୍ରସାଦ ଆଚାର୍ଯ୍ୟଙ୍କୁ ଅଟକ ରଖି ପଚାରିବାପରେ ସବୁ ଚୋରି ଘଟଣାର ଗୁମର ଖୋଲିଛି । ଏଇ ଦୁଇ ଭାଇ ଗୋଟିଏ କି ଦୁଇଟି ମନ୍ଦିର ନୁହେଁ ଏମିତି ଅନେକ ମନ୍ଦିରରୁ ଚୋରି କରି ନିଜ ଘରେ ମାଟିତଳେ ପୋତି ରଖୁଥିଲେ । ଗତ କଲି ତାଙ୍କ ଘରେ ଜଗତସିଂହପୁର ଥାନା ଅଧୁକାରୀ ସମସ୍ତ ଜିନିଷକୁ ଜବତ କରି ଏକ ୪ଚକିଆ ଯାନରେ ନେଇଛନ୍ତି l ଜିନିଷକୁ ଦେଖ୍ ଅନୁମାନ କରିହେଉଛି ଯେ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଜିନିଷ ଏହି ଚୋରି ଘଟଣାରେ କେବଳ ଏହି ୩ ଜଣ ନା ଆଉ କୋଉ ଗ୍ୟାଙ୍ଗ ସାମିଲ ଅଛି l ପୋଲିସ ର ତଦନ୍ତ ପରେ ଜଣାପଡିବ ଘଟଣାକୁ ନେଇ ଜଗତସିଂହପୁର ଏସ.ପି ଆଜି ଏକ ପ୍ରେସମିଟ ଡାକି ଘଟଣା ବିଷୟରେ ଗଣମାଧ୍ଯମ କୁ ସବିଶେଷ ତଥ୍ୟ ପ୍ରଦାନ କରିଥିବା ବେଳେ, ଘଟଣାର ଖୋଳତାଡ଼ କରୁଛି ପୋଲିସ ।
Sign in
Sign in
Recover your password.
A password will be e-mailed to you.
Next Post