ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୬/୧୦/୨୪ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଗତକାଲି ଠାରୁ ଚାଲି ଆସୁଥିବା ଦୁଇ ଦିନିଆ ୧୧ ତମ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଦୌଡକୁଦ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡକ୍ଟର ରେଶମ ଲାଲ ନାଏକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ଏବିଇଓ ଭଗବାନ ମାଝୀ ଓ ସନ୍ତୋଷ କୁମାର ସାହୁ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଭାତ କୁମାର ପଟ୍ଟନାୟକ, ସାଂଗଠାନିକ ସମ୍ପାଦକ ପ୍ରଭାସ ଚନ୍ଦ୍ର ରାୟ ,ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାଶ ବିଶୋଇ ତଥା ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥି ମାନେ ସମସ୍ତ କୃତି ପ୍ରତିଯୋଗୀ ଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ରାଜ୍ୟ ସ୍ତରରେ ମଧ୍ୟ କୃତକାର୍ଯ୍ୟ ହୋଇ ନବରଙ୍ଗପୁର ଜିଲ୍ଲାର ନାମ ଉଚ୍ଚ କରିବାକୁ କହିଥିଲେ । ଦୁଇ ଦିନ ଧରି ଚାଲିଥିବା ଏହି ବିଦ୍ୟାଳୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ରେ ଜିଲ୍ଲାର ୧୦ ଗୋଟି ବ୍ଲକ ରୁ ୧୪ ଓ ୧୭ ବର୍ଷରୁ କମ ବାଳକ ବାଳିକା ଦୌଡ, ଲମ୍ବ, ଉଚ୍ଚ ଡିଆଁ, ହାତ ଗୋଳା ଫିଙ୍ଗା, ସଟ ପୁଟ ଓ ଭୋଲି ବାଲ ପ୍ରତିଯୋଗିତା ରେ ଭାଗ ନେଇଥିଲେ। ଏଥିରେ ବିଭିନ୍ନ ବିଭାଗରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ସିଲ୍ଡ ଦେଇ ପୁରସ୍କୃତ କରାଯାଇଥିଲା।ଉମରକୋଟ ବ୍ଲକ ଉଭୟ ୧୪ ବର୍ଷ ରୁ କମ ଓ ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗ ରେ ଚମ୍ପିୟାନ ହୋଇଥିଲେ। ଏକକ ବର୍ଗର ପ୍ରଥମ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ଅକ୍ଟୋବର ମାସରେ କେନ୍ଦୁଝର ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ରେ ଭାଗ ନେବେ। ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ ୧୧ ତମ ଜିଲ୍ଲା ବିଦ୍ୟାଳୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ର ସମାପ୍ତ ଘୋଷଣା କରିଥିଲେ। ଏହି ଅବସରରେ କୋଇଲାରି କସ୍ତୁରବା ବାଳିକା ବିଦ୍ୟାଳୟ ଓ ବୋରି ପଦର ଆଶ୍ରମ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସିଆରସିସି ଗୁପ୍ତ ପ୍ରସାଦ ନାଗ,ହେମନ୍ତ ପଣ୍ଡା,ପ୍ରସନ୍ନ ଦଣ୍ଡସେନା,ଧନଞ୍ଜୟ ବଡ ଜେନା,ହେମେନ୍ଦ୍ର ବେହେରା,ଗୀତାଞ୍ଜଳି ବସ୍ତିଆ ସହ ବ୍ଲକ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.