ଶିଶୁ ମନ୍ଦିରରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: -ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ପ୍ରଜ୍ଞାନ ମିଶନ ତରଫରୁ ଓଡିଶା ରାଜ୍ୟ ସ୍ତରୀୟ ପବିତ୍ର ଗୀତା଼ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୋଟ ୩୬ ଜଣ ପ୍ରତିଯୋଗି ଭାଗ ନେଇଥିବା ବେଳେ ସର୍ବ କନିଷ୍ଠ ଦଳରେ ଆଧ୍ଯାଶା ପାଢି, ଯୋଗୀ ଯୋଗେଶ ମହାରଣା ଓ ଶ୍ରୀୟାଂଶୀ ଚୌଧୁରୀ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। କନିଷ୍ଠ ଦଳରେ ଗାନ୍ଧୀ ପବ୍ଲିକ ସ୍କୁଲର ସ୍ନେହାସ୍ମୃତି ପାଢି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଅଂକିତା ପାଢି ଦ୍ବିତିୟ ସ୍ଥାନ ଓ ଗ୍ଯାନେଶ୍ବରୀ ପ୍ରଧାନ ତୃତିୟ ସ୍ଥାନ ଅଧିକାର କରିଥିଲେ। ବରିଷ୍ଠ ଦଳରେ ସ୍ବେଟେଗିନ ଶବର ଓ ତନିୟା ନିଶିକା ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ କଲେଜ ସ୍ତରୀୟ ଦଳରେ ସ୍ଥାନୀୟ ଥାୟାରାମ ମହିଳା ମହାବିଦ୍ୟାଳୟ ର ରଷ୍ମୀରେଖା ମିଶ୍ର ପ୍ରଥମ ସ୍ଥାନ ଓ ଶୁରେଖା ନାୟକ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଏଠାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗି ମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେଇ ପାରିବେ ବୋଲି ଜଣାପଡିଛି। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ଶତପଥୀଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ସଂଘ କାର୍ଯ୍ୟକର୍ତ୍ତା ପ୍ରଭାତ କୁମାର ମହାପାତ୍ର, ବିବେକାନନ୍ଦ ସଂସ୍ଥାର ସଂଯୋଜିକା ତଥା ଅନୁଷ୍ଠାନର ପରିଚାଳନା ସମିତି ସଦସ୍ୟା ପ୍ରତିଭା ରଥ ଉପସ୍ଥିତ ରହି କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ ।ବିଚାରକ ଭାବେ ନରସିଂହ ପଟ୍ଟନାୟକ (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ) ଭଗବାନ ଚୌଧୁରୀ , କୃଷ୍ଣ ଚନ୍ଦ୍ର ପାଠୀ ,ରାଜୀବ ଲୋଚନ ସାହୁ ଶ୍ରୀକାନ୍ତ ଶତପଥୀ ଓ କୃଷ୍ଣ ଚନ୍ଦ୍ର ପ୍ରଧାନ ପ୍ରଭୃତି ଶିକ୍ଷକ ବୃନ୍ଦ ଉପସ୍ଥିତ ରହିଥିଲେ । ଆଚାର୍ଯ୍ୟ କିଶୋର ଚନ୍ଦ୍ର ସାହୁ ଓ ଆଚାର୍ଯ୍ୟା ହସ୍ମିତା ନାଗବଂଶ ଉପସ୍ଥିତ ରହି ସହଯୋଗ କରିଥିଲେ।

 

Leave A Reply

Your email address will not be published.