ଏବେବି ବଦଳି ନାହିଁ ଭଞ୍ଜନଗର ରେ ପୁରାତନ ବ୍ରିଟିଶ୍ ଅମଳର କାର୍ଯ୍ୟାଳୟ କୋଠା

2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ସମୟର ଘୁର୍ଣ୍ଣାୟମାନ ସୁଅରେ ପରିବର୍ତ୍ତନ ହୋଇଛି ଅନେକ କିଛି ଓ ବଦଳି ଯାଇଛି ଅନେକ ପୁରୁଣା ଚିତ୍ର। ସେ ରାଜନୈତିକ ସ୍ଥିତି ହେଉ, କୋଠା ବାଡି ରାସ୍ତା ଘାଟ ଅନେକ କିଛି ବଦଳି ଯାଇଛି ସମୟର ଧାବମାନ ସୁଅରେ। ଏବଂ ଅନେକ ବିକାଶର ଧାରା ପ୍ରବାହିତ ହୋଇ ସୈ।ନ୍ଦର୍ଯ୍ୟରେ ରୁପାନ୍ତରିତ ହୋଇଛି। ହେଲେ ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଏସବୁ ପରିବର୍ତ୍ତନ ରୁ ବହୁ ଦୁରରେ ଏବେବି ବଦଳି ନାହିଁ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସେହି ପୁରୁଣା ବ୍ରିଟିଶ୍ ଅମଳର କାର୍ଯ୍ୟାଳୟ।
ଅନେକ ବିକାଶ ଉନ୍ନତି ଓ ପରିବର୍ତ୍ତନ ର ମୁକ ସାକ୍ଷୀ ସାଜିଥିବା ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କେବେ ନିଜର ଉନ୍ନତି ଓ ପରିବର୍ତ୍ତନ ଦେଖିନି। ଏଇଠି ଅନେକ ବିକାଶର ଚିଠା ପ୍ରସ୍ତୁତ ହେଉଛି।ସେଇ ପୁରୁଣା କୋଠା ଭିତରେ ରହିଛି ଉପଖଣ୍ଡ ବାସିନ୍ଦା ଙ୍କ ବିକାଶ ର ଅନେକ ଦଲିଲ ଓ ଦସ୍ତାବିଜ। ଏବଂ ଉପଖଣ୍ଡର ବିକାଶ ରୁପରେଖ ଚୁଡାନ୍ତ ହେଉଛି। ଅଥଚ ବ୍ରିଟିଶ୍ ଅମଳର ଇଟା ଓ ବେଲଅଠା ମିଶ୍ରିତ ସିପଚୁନ ରେ ପ୍ରସ୍ତୁତ ଏହି କାର୍ଯ୍ୟାଳୟ ଏବେବି ସେହିପରି ରହିଛି କିଛି ବଦଳି ନାହିଁ। ଯାହା ହୋଇଛି କେବଳ କିଛି ପ୍ରଶାସନିକ ବ୍ୟକ୍ତି ଗତ ସୁବିଧା ନିମନ୍ତେ ଢାଞ୍ଚା ପରିବର୍ତ୍ତନ ହୋଇଛି। ଏହାରି ମଧ୍ୟରେ ପ୍ରାୟ ୪୫ ଜଣ ଉପଜିଲ୍ଲାପାଳ ସ୍ଥାନାନ୍ତରିତ ହୋଇଗଲେଣି। ଅଥଚ ପ୍ରାକ୍ ସ୍ଵାଧୀନତା ଯୁଗରୁ ବ୍ରିଟିଶ୍ କୋଠାଟି ଏବେବି ଆକାଶକୁ ମୁଣ୍ଡଟେକି ଠିଆ ହୋଇଛି। ସମୟ ସମୟରେ କେବଳ ଟାଇଲ୍ ପକାଇ ରଂଗ ମରାଯାଇଛି ସିନା ଉକ୍ତ ବ୍ରିଟିଶ୍ ଅମଳର ଅଫିସ୍ କୁ ନୂତନ ଭାବେ ନିର୍ମାଣ ର ପରିକଳ୍ପନା କରାଯାଇନାହିଁ। ବ୍ରିଟିଶ ଶାସନ ବେଳର ପୁରାତନ ଆର୍ ଡି ଓ କାର୍ଯ୍ୟାଳୟ { ବର୍ତ୍ତମାନର ଉପଜିଲ୍ଲାପାଳ ଙ୍କ ଅଫିସ୍ କାର୍ଯ୍ୟାଳୟ } ଇତିହାସ ର ମୁକ ସାକ୍ଷୀ ଭାବେ ଏବେବି ଦଣ୍ଡାୟମାନ ରହିଛି। ଏହି କୋଠା ନିର୍ମାଣ ର ସଠିକ୍ ତଥ୍ୟ ନାହିଁ ଯେ, ଏହି କୋଠା କେବେ ନିର୍ମାଣ ହୋଇଥିଲା, କିଏ ନିର୍ମାଣ କରିଥିଲା, କେତେ ଖର୍ଚ୍ଚ ହୋଇଥିଲା। ତଥାପି ସ୍ଥାନୀୟ କିଛି ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କ କଵିଵାନୁସାରେ ୧୯୦୦ ରୁ ୧୯୦୫ ମସିହା ମଧ୍ୟରେ କୋଠାଟି ନିର୍ମାଣ କରାଯାଇଥିବାର ଅନୁମେୟ। ସେହିସମୟରେ ଉପଖଣ୍ଡ ର ମୁଖିଆ ଥିଲେ ବ୍ରିଟିଶ୍ ନିଯୁକ୍ତ ଆର୍. ଡି. ଓ/( ରାଜସ୍ଵ ଡିଭିଜନ୍ ଅଧିକାରୀ) । ସେତେବେଳେ କୋଠା ନିର୍ମାଣ ରେ ଶହ ଶହ ମୁଲ୍ୟବାନ୍ କାଠ ବ୍ୟବହୃତ କରାଯାଇଛି। ଛାତ କହିଲେ ସେତେବେଳେ ର ଆଜଵେଷ୍ଟିଜ୍ ଚାଦର ଓ ମାଟି ବେଲଅଠା ନିର୍ମିତ ଟାଇଲ୍ ଲାଗିଥିବା। ପରବର୍ତ୍ତୀ ସମୟରେ ସେସବୁକୁ କିଛି ମାତ୍ରାରେ ହଟାଯାୟୀ ଟିଣ ଚଦର ବିଛାଯାଇଥିବା ର ଦେଖାଯାଇଛି। ପ୍ରାୟ ଵାର ଦଶନ୍ଧି ତଳେ ନିର୍ମିତ ଏହି ବ୍ରିଟିଶ୍ ଅମଳର କୋଠାର କାଠକବାଟ, ଝରକା ସହ ଦୁଆର ବନ୍ଧ ସବୁ ଆଜି ବି ମଜବୁତ୍ ହୋଇ ରହିଛି। ସେତେବେଳେ ର କାଠରେ ତିଆରି ସେଣି କିମ୍ବା ବିମ୍ ରେ ଉଇ କି ଅନ୍ୟ କିଛି ପୋକ ଲାଗି କୋତରା ହୋଇନାହିଁ। ବିନା ଲୁହା ରଡ୍ ଓ ପିଲାର୍ ରେ ନିର୍ମିତ ଇଟା ଚୁନ ନିର୍ମିତ କାନ୍ଥ ଗୁଡିକରେ କୈାଣସି ଯାଗାରେ ଫାଟ ମଧ୍ୟ ସୃଷ୍ଟି ହୋଇନାହିଁ। ଯଦିଓ କିଛି ଟିଣ ଛାତ ର ଦୁର୍ବଳତା ଯୋଗୁଁ କେତେକ ସ୍ଥାନରେ ପାଣି ଚଳୁଛି ତଥାପି ଏହା ବିଶେଷ ସମାସ୍ୟାର କାରଣ ହେଉନାହିଁ। ଏଠାରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସହିତ ସ୍ଥାନୀୟ ତହସିଲଦାର ଙ୍କ ଅଫିସ୍ ମଧ୍ୟ କାର୍ଯ୍ୟ କରୁଅଛି। ବିଶିଷ୍ଟ ବୁଦ୍ଧିଜୀବୀ ଙ୍କ ମତରେ ସମ୍ଭବତଃ ୧୯୦୦ ରୁ ୧୯୦୫ ମସିହା ମଧ୍ୟରେ ଏହି କୋଠା କାର୍ଯ୍ୟକ୍ଷମ ହୋଇଥିବାର ଜଣାଯାଏ। କିନ୍ତୁ ୧୯୫୪ ମସିହା ପର୍ଯ୍ୟନ୍ତ ଏହି ବ୍ରିଟିଶ୍ ଅମଳର କୋଠା କାର୍ଯ୍ୟାଳୟ ରେ କୋୖଣସି ଉପଜିଲ୍ଲାପାଳ ନିଯୁକ୍ତି ନଥିଲେ। ଇଂରେଜ ସରକାରଙ୍କ ଦ୍ଵାରା ନିଯୁକ୍ତ ଖର୍ ଡି ଓ ମାନେ ଏଠାରେ ନିୟୋଜିତ ହୋଇ କାର୍ଯ୍ୟ ସମ୍ପାଦନ କରୁଥିଲେ। ଦେଶ ସ୍ଵାଧୀନତା ର କିଛି ବର୍ଷ ପରେ ଅର୍ଥାତ୍ ୧୯୫୪ ନଭେମ୍ବର ପ୍ରଥମ ଭାଗରେ ପ୍ରଥମ ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଆଇ.ଏ.ଏସ୍ , ସି.ବି. ଜୈନ୍। ତା ପରେ ପରେ ଆଜି ପର୍ଯ୍ୟନ୍ତ ୪୫ ଜଣ ଉପଜିଲ୍ଲାପାଳ ଏଠାରେ କାର୍ଯ୍ୟକରିବାର ସୁଯୋଗ ହାସଲ କରିଛନ୍ତି। ବର୍ତ୍ତମାନ ପରିବର୍ତ୍ତନ ଶିଳ ସରକାରରେ ଉପଜିଲ୍ଲାପାଳ ଅଛନ୍ତି ଵରିଷ୍ଠ ଓ.ଏ.ଏସ୍ ଅଧିକାରୀ ଅନିଲ କୁମାର ସେଠୀ। ସେତେବେଳ ବ୍ରିଟିଶ୍ ଅମଳର ଉପଖଣ୍ଡ ଓ ଆଜିର ମଧ୍ୟରେ ଆସିଛି ଅନେକ ଫରକ୍। ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ରାଜନୈତିକ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ଉପଖଣ୍ଡବାସୀଙ୍କ ବିକାଶ ର ଆଧାର ପାଲଟିଛି ଏହି କାର୍ଯ୍ୟାଳୟ। ଏବେ ଭଞ୍ଜନଗର କୁ ପୈ।ରପାଳିକ ସହିତ ଏହି ଉପଖଣ୍ଡ ର ବିସ୍ତୃତ ଦୃଷ୍ଟିରୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବୀ ଜୋର୍ ଧରିବାରେ ଲାଗିଛି। ତଥାପି ଏଭଳି ସ୍ଥିତିରେ ଶତାଧିକ ବର୍ଷର ପୁରୁଣା ବ୍ରିଟିଶ୍ କାର୍ଯ୍ୟାଳୟ କୋଠାର ଆଧୁନିକୀକରଣ ହୋଇପାରିନାହିଁ। ଏବଂ ଏବେବି ବଦଳିନାହିଁ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ପୁରୁଣା ବ୍ରିଟିଶ୍ ଅମଳର କୋଠା କାର୍ଯ୍ୟାଳୟ।

Leave A Reply

Your email address will not be published.