ନବରଙ୍ଗପୁର ତା ୩.୧୦.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ ଗତ ୨.୧୦.୨୦୨୪ ରିଖ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ସ୍ଵଚ୍ଛତା ହିଁ ସେବା ଜିଲ୍ଲା ସ୍ତରୀୟ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ଯୋଗ ଦେଇଥିଲେ।ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଯଦୁମଣି ନାଏକ ପରିଚାଳନା କରିଥିଲେ।”ସ୍ୱଚ୍ଛତା ହିଁ ସେବା ଅଭିଯାନ” ଅଭିଯାନ ଜିଲ୍ଲାର ସମସ୍ତ ବ୍ଲକ ଏବଂ ପୌରପାଳିକା ରେ ସେପ୍ଟେମ୍ବର ୧୭ତାରିଖ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।ଏହି ଅବଧି ମଧ୍ୟରେ ସ୍ଵଚ୍ଛତା ହିଁ ସେବା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତ, ଗ୍ରାମ, ସାହି ଏବଂ ୱାର୍ଡ ମାନଙ୍କ ରେ ସଫେଇ କାର୍ଯ୍ୟକ୍ରମ,ସ୍କୁଲ ଓ କଲେଜ ମାନଙ୍କରେ ପ୍ରବନ୍ଧ,ଚିତ୍ର, କୁଇଜ୍, ସ୍ଲୋଗାନ ପ୍ରତିଯୋଗିତା,ସାଇକେଲ ରାଲି,ମାନବ ଶୃଙ୍ଖଳ,ସଫେଇ ମିତ୍ର,ସ୍ବାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବ୍ଲକ ,ଗ୍ରାମପଞ୍ଚାୟତ ଏବଂ ପୌରପରିଷଦ ର କର୍ମଚାରୀ ମାନଙ୍କ ସହ ଲୋକ ପ୍ରତିନିଧି ଏବଂ ଅଂଚଳର ଜନସାଧାରଣ ଉତ୍ସାହର ସହ ଭାଗ ନେଇଥିଲେ।ଜିଲ୍ଲା ସ୍ତରୀୟ ସ୍ଵଚ୍ଛତା ହିଁ ସେବା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ନବରଙ୍ଗପୁର ବ୍ଲକ ର ତାରା ଗାଁ ଗ୍ରାମପଞ୍ଚାୟତକୁ,ନବରଙ୍ଗପୁର ପୌର ପରିଷଦ ର ୧ ନମ୍ୱର ୱାର୍ଡ କୁ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୋଡ଼ିଗାଁ କୁ, ରାଇଘର ବ୍ଲକ୍ କୁ, ତେନ୍ତୁଳିଖୁଣ୍ଟି ବ୍ଲକର ଝରିଗୁମା ବିଦ୍ୟୁମା ସ୍ଵୟଂ ସହାୟକ ଗୋଷ୍ଠୀ କୁ, ଚନ୍ଦାହାଣ୍ଡି ବି ଡି ଓ ରାମକୃଷ୍ଣ ନାଏକ ଙ୍କୁ, ଚନ୍ଦାହାଣ୍ଡି ବ୍ଲକର ଏ ଇ ଇ ଥାୟା କୁମାର ପଟେଲଙ୍କୁ, ନନ୍ଦାହାଣ୍ଡି ବ୍ଲକର ବି ଆର୍ ସି ଅଭିଳାଷ କୁମାର ନାୟକଙ୍କୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ନାୟକସଭାରେ ଉପସ୍ଥିତ ସମସ୍ତଙ୍କୁ “ସ୍ଵଚ୍ଛତା ହିଁ ସେବା”ର ଶପଥ ପାଠ କରାଇଥିଲେ।ନବରଙ୍ଗପୁର ବ୍ଲକର ସମସ୍ତ ବି ଡି ଓ, ଏ ଇ ଇ, ବି ଆର୍ ସି, ପୌରପାଳିକା ଇ ଓ ଏବଂ ସି ଡି ଏମ – ପି ଏଚ ଓ ଙ୍କୁ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ପରିଶ୍ରମ ଓ ସଫଳ ରୂପାୟନ ଯୋଗୁଁ ସେମାନଙ୍କୁ ପ୍ରଶଂସା ପତ୍ର ଏବଂ ଉପଢୌକନ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡି ଏସ ସି, ଜିଲ୍ଲା ପରିଷଦ ଶୁଭଶ୍ରୀ ଜେନା,ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ଏସ ଡବ୍ଲୁ ଓ ଦ୍ରପୌଦି କହଁର,ପି ଏ ଆଇ ଟି ଡି ଏ ରାଜୀବ କୁମାର ସାହୁ ତଥା ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ଯଦୁମଣି ନାଏକ ସ୍ବାଗତ ଭାଷଣ ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post