ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ):ତା. ୦୪.୧୦.୨୦୨୪ – କଳାହାଣ୍ଡି ଜିଲ୍ଲାସ୍ତରୀୟ କପା କ୍ରୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ତିତ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷୟତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମାନ୍ୟବର ବିଧାୟିକା ନର୍ଲା ମନୋରମା ମହାନ୍ତି, ଉପଜିଲ୍ଲାପାଳ ଧର୍ମଗଡ ଧୀମାନ ଚକମା, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମଲୟ କୁମାର ପରିଡା, ମାନ୍ୟବର ସାଂସଦ କଳାହାଣ୍ଡି ଓ ମାନ୍ୟବର ବିଧାୟକ ଭବାନୀପାଟଣାଙ୍କ ପ୍ରତିନିଧି , ଜିଲ୍ଲାସ୍ତରୀୟ ଅଧିକାରୀ, କପା ଚାଷୀ, ମିଲର୍ସ, ସି.ସି.ଆଇ. ର ପ୍ରତିନିଧି, ଜିଲ୍ଲା କୃଷି ଓ ଯୋଗାଣ ବିଭାଗର ସମସ୍ତ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଚଳିତ ବର୍ଷ କପା କ୍ରୟ ନିମନ୍ତେ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ କପାମଣ୍ଡି ଖୋଲାଯାଇ କପାଚାଷୀଙ୍କ ଠାରୁ କିପରି କପା କ୍ରୟ କରାଯାଇପାରିବ ବିଶେଷ କରି କପାଚାଷୀମାନେ ସୁବିଧାରେ କପା ମଣ୍ଡିକୁ କପା ନେଇ କିପରି ବିକ୍ରି କରିପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ଆସନ୍ତା ତା. ୨୬ ନଭେମ୍ବର ୨୦୨୪ ରିଖ ଠାରୁ ପ୍ରଥମ କପା ମଣ୍ଡି କର୍ଲାପଡାଠାରେ ଉଦଘାଟନ ହେବା ନିମନ୍ତେ ସ୍ଥିର କରାଗଲା । ସମସ୍ତ କପା ମଣ୍ଡିରେ ସି.ସି.ଆଇ. ଏବଂ ଆର.ଏମ.ସି. ର କର୍ମଚାରୀ ରହି ଏହାର ସୁପରିଚାଳନା କରିବା ନିମନ୍ତେ ବୈଠକରେ ସ୍ଥିର କରାଗଲା । ମାନ୍ୟବର ସାଂସଦ ଏବଂ ବିଧାୟକଙ୍କ ପ୍ରତିନିଧି ଚାଷୀମାନେ ଯେପରି ତାଙ୍କର ଉଦପାଦିତ କପାର ଉଚିତ ମୂଲ୍ୟ ପାଇପାରିବେ ସେ ଦିଗରେ ଗୁରୁତ୍ଵଆରୋପ କରିଥିଲେ । ସି.ସି.ଆଇ. କପା ମଣ୍ଡିରୁ ମିଳକୁ କପା ନେବା ନିମନ୍ତେ ପରିବହନ ଖର୍ଚ ଦେବା ପାଇଁ ଚାଷୀ ପ୍ରତିନିଧିମାନେ ପ୍ରସ୍ତାବ ରଖିଥିଲେ । ଏ ସମ୍ପର୍କରେ ବିଶେଷ ଭାବରେ କୃଷି ବିଭାଗ ସହ ଯୋଗାଯୋଗ କରି ସରକାରଙ୍କ ନିୟମ ମୁତବକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସି.ସି.ଆଇ.ର ପ୍ରତିନିଧିଗଣ ଚାଷୀଙ୍କ ଠାରୁ କପା କିଣିବା ନିମନ୍ତେ ଥିବା ଉପଯୁକ୍ତ ନିୟମ ସମ୍ପର୍କରେ ବିଶେଷ ଭାବରେ ସୂଚନା ଦେଇଥିଲେ । ଚଳିତ ବର୍ଷ କପା ଚାଷ ଅଧିକ ଅମଳ ହେବା ଲକ୍ଷ୍ୟ ଥିବାରୁ କପାଚାଷୀ କପାମଣ୍ଡିରେ କିପରି ସୁବିଧାରେ ନିଜର କପା ନେଇ ବିକ୍ରୟ କରିପାରିବେ ଏବଂ କପା କିପରି ଅଧିକ ସଂଗ୍ରହ କରାଯାଇପାରିବ ସେ ଦିଗରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଅଧିକ ଯତ୍ନବାନହୋଇ କାର୍ଯ୍ୟ ତୁଲାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.