ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରମସାନୀ ମାଁ ଙ୍କର ପୂଜା ବିଧି ଅନୁଷ୍ଠିତ ହୋଇଯାଇଛି। ପୂର୍ବ ପୁରୁଷଙ୍କ ଠାରୁ ଅନୁଷ୍ଠିତ ଏହି କରମସାନୀ କରି ଆସୁଥିବା ଗ୍ରାମବାସୀ ମାନଙ୍କ ଠାରୁ ଜଣାଯାଏ।ଦୀର୍ଘ ୩୮ ବର୍ଷ ହେବ ଏହି ପୂଜା ଚାଲିଆସୁଅଛି।ଏହି ପୂଜା ସମସ୍ତଙ୍କ ମନରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ସହିତ ଭାଇଚାରାର ସମ୍ପର୍କ ସୃଷ୍ଟି କରିଥାଏ। ତେଣୁ ଗ୍ରାମର ଆବାଳ ବୃଦ୍ଧ ବନିତା ପ୍ରତିବର୍ଷ ଏହି ପର୍ବଟିକୁ ଖୁବ୍ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ଏହି ପୂଜାରେ ଡ଼ା.ଲିଙ୍ଗରାଜ ଦାଶ, ଗଙ୍ଗାଧର ଦାଶ, ଦିଲ୍ଲୀପ ଦାଶ, ବଳରାମ ମେହେର, ଦୁର୍ଗା ମେହେର, ଶିବା ମେହେର, ଭିକାରୀ ମେହେର ନିଜ ନିଜ ଦାୟିତ୍ୱ ଗ୍ରହଣ କରି ପୂଜା କୁ ସୁରୁଖୁରୁରେ ପରିଚାଳିତ କରିଥିଲେ।କରମସାନୀ ବାୟକ ଶ୍ରୀ ନରେଶ ଭୋଇ, ବନବିହାରୀ, ଗାୟକ ଓଂକାର ଦାଶ, ପଦ୍ମନ ଦାଶ, ତରଣୀ ସେନ ଦାଶ ପ୍ରଭୃତି ନିଜ ନିଜ ନୃତ୍ୟ, ବାଦ୍ୟ, ସଂଗୀତ ଦ୍ୱାରା ଦର୍ଶକଙ୍କ ମନକୁ ଆକର୍ଷିତ କରିଥିଲା। ଆଖପାଖ ଅଞ୍ଚଳବାସୀ ଏହି ମହାନ କରମସାନୀ ପୂଜାରେ ଯୋଗଦେଇ ମାଁ କରମସାନୀଙ୍କ ଠାରେ ଆଶିଷ ଭିକ୍ଷା କରିଥିଲେ।
Sign in
Sign in
Recover your password.
A password will be e-mailed to you.