ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିଲା ଯେ ପାରଳାଖେମୁଣ୍ଡି ସହରକୁ କିପରି ଶିଶୁ ଶ୍ରମିକ ଏବଂ ଶିଶୁ ଭିକ୍ଷୁକ ମୁକ୍ତ କରାଯିବ, ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବେ। ତାକୁ ଆଖି ଆଗରେ ରଖି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନେତୃତ୍ବରେ ଏକ ଦଳ, ଗତ କିଛି ଦିନ ହେଲା ସହରର ପ୍ରତି କୋଣ ଏବଂ ଅନୁକୋଣରେ ବୁଲିବା ସହ , କିପରି କୌଣସି ଶିଶୁଙ୍କୁ ଉପରୋକ୍ତ କାଯ୍ୟରେ ନ ଲଗାଯିବ, ସେଥିପ୍ରତି ଧ୍ୟାନ ଦିଆଯାଉଛି।
ଏହି ଦଳ ଆଗରେ, ପାରଳାଖେମୁଣ୍ଡି ବସ୍ ଷ୍ଟାଣ୍ଡ ପାଖରେ ଜଣେ ଶିଶୁ ଜରି ଏବଂ ବୋତଲ ଗୋଟାଇବା ନଜରକୁ ଆସିଥିଲା। ଶିଶୁଟିର ବୟସ ୧୦ ବର୍ଷ ଏବଂ ସେ ଜଣେ ପୁଅ ଥିଲେ। ଏହି ଦଳ, ସେହି ଜାଗରୁ ପିଲାଟିକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି, ଗଜପତି ଆଗରେ ଉପସ୍ଥାପନ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ପିଲାଟିର ମାଆ ଶିଶୁ ମଙ୍ଗଳ ଆଗରେ ପହଞ୍ଚି ଥିଲେ।
ଏହାପରେ ଶିଶୁ ମଙ୍ଗଳ ସମିତି ଶିଶୁଟିର ଥଇଥାନ ନିମନ୍ତେ ଉତ୍କଳ ବାଳାଶ୍ରମ, ପାରଳାଖେମୁଣ୍ଡି କୁ ପଠାଇଥିଲେ।
ଆଗାମୀ ଦିନରେ ଶିଶୁଟିକୁ ପାଠ ପଢ଼ାଇ , ସମାଜର ମୁଖ୍ୟ ସ୍ରୋତରେ କିପରି ସାମିଲ କରାଯିବ ତାହା ଜିଲ୍ଲା ପ୍ରଶାସନ ର ଦାୟିତ୍ଵ ରହିଲା।
Sign in
Sign in
Recover your password.
A password will be e-mailed to you.