ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, କେନ୍ଦ୍ର ସରକାର ଏବଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ତଥା (APPAR) ଅପ୍ପାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ଡ. ରଞ୍ଜନ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପବିତ୍ର ମୋହନ ପ୍ରଧାନ ସଂଯୋଜନା କରିଥିଲେ I କାର୍ଯ୍ୟକ୍ରମରେ ବହୁ ଅଭିଭାବକ ଯୋଗ ଦେଇଥିବା ବେଳେ ସେମାନଙ୍କ ଠାରୁ ଆଧାର କାର୍ଡ୍ ନକଲ ସଂଗ୍ରହ କରାଯାଇ ଅପ୍ପାର ଫର୍ମ ପୂରଣ କରାଯାଇଥିଲା I ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ତଥା ସହଶୈକ୍ଷିକ ପ୍ରଗତି ସକାଶେ ଅଭିଭାବକ ମାନଙ୍କ ମତାମତ ଏବଂ ପରାମର୍ଶ ସଂଗ୍ରହ କରାଯାଇଥିଲା I କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ଏସ୍ ରାଜେଶ୍ଵର ପୃଷ୍ଟି, ବୀରେନ୍ଦ୍ର ମହାପାତ୍ର,ହରିହର ମିଶ୍ର,ବିରଞ୍ଚି କୁମାର ଲେଙ୍କା,ଭାଗିରଥି ପାଢୀ, ଦୁଃଖୀଶ୍ୟାମ ବେହେରା, ଅଧ୍ୟାପିକା ଶାନ୍ତିଶ୍ରୀ ମିଶ୍ର, ଶର୍ମିଷ୍ଠା ମିଶ୍ର,ଜଶ୍ମୀନ ଆଚାରୀ,ଖେଳ ଶିକ୍ଷକ ସନ୍ତୋଷ କୁମାର ପଲେଇ,ଗ୍ରନ୍ଥାଗାରିକ ବିଶ୍ଵନାଥ ଡାକୁଆ,ଡାଟା ଅପରେଟର୍ ପ୍ରଶାନ୍ତ କୁମାର ମହାନ୍ତି,ପ୍ରଶାନ୍ତ କୁମାର ପ୍ରଧାନ, ବଳରାମ ଜେନା, ନାରାୟଣ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ I ଶିକ୍ଷକ ହେମନ୍ତ କୁମାର ନାଇକ ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.