ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଦୀର୍ଘ ବର୍ଷ ପରେ ବେଲଗୁଣ୍ଠା ବ୍ଳକ୍ ରେ ଅନୁଷ୍ଠିତ ହେବାକୁ ଯାଉଛି ଗଂଜାମ ଜିଲ୍ଳା ସ୍ତରୀୟ କ୍ରୀଡା ମହୋତ୍ସବ I ଆସନ୍ତା ଛଅ ତାରିଖ ଠାରୁ ଆଠ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହି କ୍ରୀଡ଼ା ମହୋତ୍ସବ କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେବ I ଏନେଇ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଳା ଶିକ୍ଷା ଅଧିକାରୀଣି ଅମିତା ପଟ୍ଟନାୟକ ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା କରିଛନ୍ତି I ଆଜି ଗଞ୍ଜାମ ଜିଲ୍ଳା ଶିକ୍ଷା ଅଧିକାରୀଣି ଶ୍ରୀମତୀ ପଟ୍ଟନାୟକ ଦିନ ଗୋଟାଏରେ କ୍ଷତ୍ରିୟବରପୁର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଖେଳ ପଡିଆ, କ୍ରୀଡାବିତ୍ ଙ୍କ ରହିବା ବ୍ୟବସ୍ଥା ସହିତ ଅନ୍ୟାନ୍ୟ ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ I ଆଜି ଶ୍ରୀମତୀ ପଟ୍ଟନାୟକଙ୍କ ସହିତ ଜିଲ୍ଳା ଶାରୀରୀକ ଶିକ୍ଷା ପରିଦର୍ଶକ ଭାଗିରଥୀ ସ୍ଵାଇଁ, ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥ,ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ,ତନରଡ଼ା ଆର୍ଯ୍ୟକନ୍ୟା ଗୁରୁକୂଳ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ସମେତ କ୍ରୀଡ଼ା ଶିକ୍ଷକ ଆଶୁତୋଷ ସ୍ୱାଇଁ, ଦୁର୍ଗା ମାଧବ ଶତପଥି, ସନ୍ତୋଷ କୁମାରଙ୍କୁ ଆଚାରୀ ଏବଂ ଅନ୍ୟ ବିଦ୍ୟାଳୟର କ୍ରୀଡା ଶିକ୍ଷକମାନେ ଉପସ୍ଥିତ ଥିଲେ I ଏହା 68 ତମ ଜିଲ୍ଳା ସ୍ତରୀୟ କ୍ରୀଡା ମହୋତ୍ସବ ହୋଇଥିବା ବେଳେ ଏଥିରେ ସମଗ୍ର ଜିଲ୍ଲାର 800 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ Iଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲା ଶିକ୍ଷା ଅଧିକାରିଣୀ ଅମିତା ପଟ୍ଟନାୟକ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ପରିବେଶ ଏବଂ ଶିକ୍ଷା ବ୍ୟବସ୍ଥା ଉପରେ ସନ୍ତୋଷ ପ୍ରକାଶ କରିଥିଲେ I ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହିତ ଗଣିତ ସମ୍ପର୍କରେ ଆଲୋଚନା କରି ଜ୍ୟାମିତି ପଢାଇବା ସହିତ ଦଶମ ଶ୍ରେଣୀରେ ସଂସ୍କୃତ ପଢାଇଥିଲେ I ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମର ଆବଶ୍ୟକ ରହିଛି ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ କରିଥିଲେ I ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ଏବଂ ପିଲାଙ୍କ ଗୁଣାତ୍ମକ ଶିକ୍ଷାକୁ ବଜାୟ ରଖିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ I
Sign in
Sign in
Recover your password.
A password will be e-mailed to you.