ଗାନ୍ଧୀ ଜୟନ୍ତୀ ଅବସରରେ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱଚ୍ଛ ଭାରତ ଅଭିଯାନ, ଯୋଗ ଦେଲେ ଗଣଶିକ୍ଷା ମନ୍ତ୍ରୀ

0 2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୨/୧୦/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ କଲେଜ ପରିସର ସଫେଇ କରିଥିଲେ। ହାତରେ ଝାଡୁ ଧରି କଲେଜ ପରିସରରେ ଥିବା ଓଳିଆ ଆବର୍ଜନା ସଫା କରିଥିଲେ। ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ମଧ୍ୟ ଛାତ୍ର ମାନଙ୍କ ଯୋଗ ଦେଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ଭାରତ କୁ ସ୍ବଚ୍ଛତା ଓ ସୁସ୍ଥ ପରିବେଶ ମାଧ୍ୟମ ରେ ତାଙ୍କ ଜନ୍ମ ଦିନକୁ ପାଳନ କରିଥିଲେ। ଏହି ଅବସରରେ ଭୈରବ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଗଣଶିକ୍ଷା ମନ୍ତ୍ରୀ ସୁସ୍ଥ ପରିବେଶ ଓ ପୁନଶ୍ଚ ପୃଥିବୀ ର ବାର୍ତ୍ତା ଦେଇ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କୁ ଜାଗରଣ ର ରୁପଦେଇ ସମସ୍ତ ଯୁବପିଢି ନିଜ ଅଞ୍ଚଳ ସଫା ସୁତୁରା ରଖିବା ନେଇ ବାର୍ତ୍ତା ଦେଇଥିଲେ। ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପରେ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ପରିଦର୍ଶନ ରେ ଯାଇ ଗୁରୁଜୀ ଗୁରୁମା ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଶୁଭ ଜିତ ପାଣିଗ୍ରାହୀ,ଜିଲ୍ଲା ବିଜେପି ସମ୍ପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ( ପିନ୍ଟୁ), ନରେଶ ସିଂ,ଜି ସତ୍ୟା ରାଓ, ମନୋଜ କୁମାର ପାତ୍ର,ନୁରୁ ସିଂ, ୱାଇ ରାଜ ଶେଖର ଦୋରା, କୋକିନି ମୁନି,ତଥା ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ଓ ଛାତ୍ର ମାନେ ସାମିଲ ଥିଲେ।

Leave A Reply

Your email address will not be published.