ଗାନ୍ଧୀ ଜୟନ୍ତୀ ଅବସରରେ ଗୁଣୁପୁର ପୌରପରିଷଦ ର ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ।

0 2

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ପୌରପରିଷଦ ଟାଉନ ହୋଲ ଠାରେ ଗାନ୍ଧୀ ଅବସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ସମ୍ନାନନୀୟ ଅଥିତି ଭାବେ ପୌରପରିଷଦ ଅଦକ୍ଷା ମମତା ଗୌଡ଼, ଉପଦକ୍ଷ ଶିବ ପ୍ରସାଦ ଗୌଡ଼, କାର୍ଯ୍ୟନିର୍ବାହୀ ଅଧିକାରୀ ମୋନଜ ତାଣ୍ଡି, ମଞ୍ଚାସିନ ଥିବାବେଳେ ପୌରପରିଷଦ ର ସମସ୍ତ କାଉନସିଲର ବିଭିନ୍ନ ସ୍କୁଲ ରୁ ଆସିଥିବା ଛାତ୍ର ଛାତ୍ରୀ, ବୁଦ୍ଧିଜୀବି, ମହିଳା, ଯୁବଗୋଷ୍ଠି ରହିଥିଲେ। କିଛି ଛାତ୍ର ଛାତ୍ରୀ ଗାନ୍ଧିଜୀଙ୍କ ବିଷୟରେ ଓ ସ୍ୱଚ୍ଛତା ଉପରେ ସୁନ୍ଦର ଭାବରେ ଅବିଭାଷଣ ରଖିଥିଲେ । କିପରି ଆମେ ମାନେ ପ୍ଲାଷ୍ଟିକ ପଲିଥିନ କୁ ବର୍ଜନ କରି ଆମ ଅଞ୍ଚଳ କୁ ସଫା ସୂତର ରଖିବା ଦ୍ଵାରା ଆମ ସହର ଏକ ସୁନ୍ଦର ସହର ଗଢିଉଠିବ ସେ ନେଇ ଛାତ୍ର ଛାତ୍ରୀ ପରିବେଶକୁ ସ୍ୱଚ୍ଛତା ନେଇ ନାଟକ ପରିବେଷଣ କରିଥିଲେ। ଏଥିରେ ପୌରପରିଷଦ ସମସ୍ତ କର୍ମକର୍ତ୍ତା ଉପସ୍ଥିତରହି ଆଜିର ଏହି କାର୍ଯ୍ୟକ୍ରମ ଟିକୁ ସୂଚାରୁରୂପେ ପ୍ରତିପାଦନ କରିଥିଲେ।

 

Leave A Reply

Your email address will not be published.