ମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ବର୍ଗତଃ ତ୍ରିନାଥ ସାହୁଙ୍କର ୧୬ତମ ପୂଣ୍ୟତିଥି ପାଳନ

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଏହି ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ସ୍ବର୍ଗତଃ ତ୍ରିନାଥ ସାହୁଙ୍କର ୧୬ତମ ପୂଣ୍ୟତିଥି ପାଳିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ସର୍ବ ପ୍ରଥମେ ତାଙ୍କର ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ନିଜ ପିତା ତଥା ଏହି ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠା ପାଇଁ ସେ ବ୍ୟକ୍ତିଗତ ଭାବେ କିଭଳି କର୍ତ୍ତବ୍ୟ ପାଳନ କରିଥିଲେ ତାହା ବର୍ଣ୍ଣନା କରି ଏହି ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
ସେହିଭଳି ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ.ଭାରତୀ ପାଣିଗ୍ରାହୀ ସ୍ବର୍ଗତଃ ସାହୁଙ୍କର ଜୀବନୀକୁ ପ୍ରାଞଳ ଭାବେ ବର୍ଣ୍ଣନା କରିଥିଲେ। ଜଣେ ସାଧାରଣ କୃଷକ ପରିବାରରୁ ଜଣେ ବିଧାୟକ ଭାବେ ପରିଚିତ ହେବା ପାଇଁ କିଭଳି ସେ ସଚ୍ଚୋଟତା , ସାଧୁତା , କର୍ତ୍ତବ୍ୟ ପରାୟଣତା ସର୍ବୋପରି ସେବାକୁ ପାଥେୟ କରିଥିଲେ। ବିଶେଷକରି ପାରଳାଖେମୁଣ୍ଡି ଭଳି ଅନୁନ୍ନତ ସହରରେ ଏକ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା କରି ନାରୀ ଶିକ୍ଷାର ବିକାଶ ପାଇଁ ସ୍ବର୍ଗତଃ ସାହୁ ମହାଶୟ ଯେଉଁଭଳି କଷ୍ଟ ସ୍ବୀକାର କରିଛନ୍ତି ତାହା ମଧ୍ୟ ବର୍ଣ୍ଣନା କରିଥିଲେ । ନିଜ କର୍ତ୍ତବ୍ୟ ପରାୟଣତା ଏବଂ ସେବା ମନୋଭାବ ପାଇଁ କିଭଳି ସ୍ବର୍ଗତଃ ସାହୁ ନିଜ ସ୍ବାର୍ଥକୁ ବଳି ଦେଇଥିଲେ ବୋଲି ଅନ୍ୟତମ ବକ୍ତା ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ ମଧ୍ୟ ସ୍ମୃତି ଚାରଣ କରିଥିଲେ। ଶେଷରେ ଧନ୍ୟବାଦ ସହ ସଭା ସାଙ୍ଗ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟରେ ସମସ୍ତ ଛାତ୍ରୀ ଏବଂ କର୍ମଚାରୀ ମାନେ ଯୋଗଦେଇଥିଲେ।

Leave A Reply

Your email address will not be published.