ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ

0 2

ନବରଙ୍ଗପୁର ତା ୨.୧୦.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ଆଜି ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ମାନ୍ୟବର ବିଧାୟକ ନବରଙ୍ଗପୁର ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହେଶ୍ୱର ନାୟକ , ପୌରପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ କୁନୁ ନାୟକ ମୁଖ୍ୟ ବକ୍ତା ଶ୍ରୀ ବିଜୟ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟତମ ଅତିଥଭାବେ ତହସିଲଦାର ଶ୍ରୀ କୈଳାଶ ତ୍ରିପାଠୀ,ଡି ଏସ ଡବ୍ଲୁ ଓ ଦ୍ରପୌଦି କହଁର, ଆର ସି ଡି ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁପ୍ରିୟା ନାୟକ, ଡି ସି ଓ ଶ୍ରୀ ଘାସିଆ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସକାଳ ୫.୦୦ ଘ ସମୟରେ ସହରରେ ସୁଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୁନ ପରିବେଷଣ ହୋଇଥିଲା।ସକାଳ ୯.୦୦ଘ ସମୟରେ ସହର ରେ ସ୍ଥାପିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ ଓ ପୂଜ୍ୟପୂଜା ନିମନ୍ତ୍ରିତ ଅତିଥିମାନଙ୍କ ଗ୍ରହଣରେ ହୋଇଥିଲା। ମାଲ୍ୟର୍ପଣ କାର୍ଯ୍ୟକ୍ରମ ରେ ଅତିଥିମାନଙ୍କ ସଙ୍ଗରେ ବିଭିନ୍ନ ହାଇସ୍କୁଲର ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ, ସରକାରୀ ଅଧିକାରୀ,ସହରର ବିଶିଷ୍ଟ ବ୍ୟକ୍ତି, ଜନ ପ୍ରତିନିଧି ଓ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ରାଜା ଚୈତନ୍ୟ ଦେବ ନୋଡାଲ ହାଇସ୍କୁଲ ରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ର ସଙ୍ଗୀତ ଗୁରୁ ଯୁଗଳ ତ୍ରିପାଠୀ ଙ୍କ ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ୍ଧୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନକେ” ଏବଂ ଉଦଯାପନୀ ସଙ୍ଗୀତ ” ରଘୁପତି ରାଘବ “ପରିବେଷଣ କରିଥିଲେ । ଗାନ୍ଧୀ ଜୟନ୍ତୀ ଅବସରରେ ପୂର୍ବରୁ ହାଇସ୍କୁଲ୍ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା,ଚିତ୍ରାଙ୍କନ,କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥି ଗଣ ସାର୍ଟିଫିକେଟ ଓ ପୁରସ୍କାର ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ମାଝୀ ନିଜ ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ଙ୍କୁ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ କହିବା ସହ ନବରଙ୍ଗପୁର ଜିଲ୍ଲାର ସ୍ବାଧିନତା ସଂଗ୍ରାମୀ ଙ୍କ ବଳିଦାନ ଉପରେ ନିଜର ମତ ରଖିଥିଲେ। ସମ୍ମାନୀତ ଓ ଅନ୍ୟ ଅତିଥିଗଣ ନିଜ ବକ୍ତବ୍ୟରେ ଗାନ୍ଧୀ ଓ ଶାସ୍ତ୍ରୀଜୀ ଙ୍କ ଜୀବନ ଦର୍ଶନ କୁ ପଢ଼ି ନିଜ ଜୀବନରେ ସ୍ଵଚ୍ଛତା, ଅହିଂସା ଓ ସତ୍ୟର ଆଶ୍ରୟ ନେବାକୁ ଆହ୍ବାନ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଛାତ୍ର ଜୀବନରୁ ଗାନ୍ଧୀଙ୍କ ସତ୍ୟ ଓ ନ୍ୟାୟ ର ପଥ କୁ ଉଲ୍ଲେଖ ସହ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଗାନ୍ଧୀ ଙ୍କ ଆଦର୍ଶ କୁ ନିଜ ଜୀବନରେ ଢାଳିବା ସହ ଦେଶପ୍ରୀତି କୁ ପାଥେୟ କରିବାକୁ କହିଥିଲେ।ସ୍ବାଗତ ଭାଷଣ ସହ ଦିବସ ପାଳନର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ ବେହେରା ପରିଚାଳନା କରିଥିଲେ । ମାଲ୍ୟର୍ପଣ କାର୍ଯ୍ୟକ୍ରମରେ ଡି ଇ ଓ ଶ୍ରୀ ଛତ୍ରପତି ସାହୁ, ଡି ଏସ ଏସ ଓ ଶ୍ରୀ ସୁଧାଂଶୁ ପାତ୍ର, ଶ୍ରୀ ଅଶୋକ ଚୌଧୁରୀ,ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା,ପୌରପରିଷଦ ର ସଭ୍ୟ/ ସଭ୍ୟା,ଗଣ ମାଧ୍ୟମ ପ୍ରତିନିଧି ଭାଗ ନେଇଥିଲେ ।ସଭା ଶେଷରେ ଡି ସି ଓ ଶ୍ରୀ ଘାଷିଆ ହରିଜନ ଧନ୍ୟବାଦ୍ ଅର୍ପଣ କରିଥିଲେ।ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟ ର କର୍ମଚାରୀମାନେ କାର୍ଯ୍ୟକ୍ରମର ଆୟୋଜନ ରେ ସହଯୋଗ କରିଥିଲେ।

Leave A Reply

Your email address will not be published.