୭ମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ୨୭ ରୁ ୨୯  

0

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ 

ସ୍ଥାନୀୟ କରଣସାହି ସ୍ଥିତ ବିଜୟା ବ୍ୟାୟାମଶାଳା ଠାରେ  ପାରଳାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ୱ କରି କହିଥିଲେ ଆସନ୍ତା ଡିସେମ୍ୱର ୨୭ ତାରିଖରୁ ୨୯ ତାରିଖ ପର୍ଯନ୍ତ ସପ୍ତମ ରାଜ୍ୟ ସ୍ତରୀୟ ପାରଳା ନାଟକ ମହୋତ୍ସବ ଆୟୋଜନ କରିବାକୁ ଯାଉଛି । ରାଜନହର ସମ୍ମୁଖ ଅର୍ବାନ ବ୍ୟାଙ୍କ ପଡିଆଠାରେ ହେବାକୁ ଥିବା ଏହି ନାଟକ ମହୋତ୍ସବ  ତିନି ଦିନଧରି ହେବାକୁ ଥିବା ତିନୋଟି ନାଟକ ପରିବେଷଣ ହେବ । ପ୍ରଥମ ରଜନୀରେ ଆୟୋଜକ କ୍ରିଏଟିଭ ଆର୍ଟସର କଳାକାର ମାନେ “ମୃଗତୃଷ୍ଣା ”  ନାଟକ ପରିବେଷଣ କରିବେ ଦ୍ୱିତୀୟ ରଜନୀରେ ଭୁବନେଶ୍ୱର  ସ୍ଥିତ ଜୀବନରେଖା ନାଟ୍ୟ ଅନୁଷ୍ଠାନର ଓଡିଆ ସିନେମା ତଥା ଟେଲି କଳାକାର କିର୍ତ୍ତୀମହାନ୍ତି (ଅଭିନେତ୍ରୀ)ଙ୍କ ଦ୍ୱାରା ଏକକ ନାଟକ ତା “ମାଁର କାହାଣୀ” ଏବଂ ଶେଷ ରଜନୀରେ ପୂରୀ ଜିଲ୍ଲା ରଙ୍ଗଶାଳାର ନାଟକ “ସର୍ଜନା” ପରିବେଷଣର କାର୍ଯ୍ୟ ରହିଛି । ୨୦୧୧ ମସିହାଠାରୁ ଏହି କାର୍ଯ୍ୟକ୍ରମ ମେ ମାସରେ ହେଉଥିବା ବେଳେ ଚଳିତ ବର୍ଷ ଏହି ନାଟକ ମହୋତ୍ସବ ପରିବର୍ତ୍ତନ କରାଯାଇ ଡିସେମ୍ୱର ମାସରେ ଆୟୋଜନ କରାଯାଉଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଏହି ବୈଠକରେ ଯୁଗ୍ମ ସମ୍ପାଦକ ଆଦର୍ଶ ଦାସ, ଉପସଭାପତି ଏମ ପୃଥିବୀ ରାଜ, ସମ୍ପାଦନ ମନୋଜ ପାଢୀ, ଦେବେନ୍ଦ୍ର ଦାସ, ରଘୁନାଥ ପାତ୍ର, ହରିହର ପଟ୍ଟନାୟକ, ହରିହର ତ୍ରିପାଠୀ, ମାତାଙ୍ଗିନୀ ଗୁରୁ, ପ୍ରବୀଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.