ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ସ୍ୱଛତା ହିଁ ସେବା 2024 ପକ୍ଷ ପାଳନ ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ବେଲଗୁଣ୍ଠା ଆନୁକୂଲ୍ୟରେ 6 ନମ୍ବର ୱାର୍ଡ ର ମା ଜନନୀ ଆଞ୍ଚଳିକ ସ୍ତରୀୟ ମହିଳା ମହାସଂଘ ଅଧୀନରେ ଥିବା 12 ଟି ସ୍ୱୟଂ ସହାୟକ ଗୋଷ୍ଠୀ ର ପ୍ରାୟ 100 ରୁ ଉର୍ଦ୍ଧ ମହିଳା ମାନଙ୍କୁ ନେଇ ଏକସ୍ୱଛତା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପରିଷଦର ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହାପାତ୍ର ଙ୍କ ତତ୍ୱାବଧାରେ ନଗର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସ୍ଥଳେ ସ୍ୱଚ୍ଛ ସୁପରଭାଇଜର ପାୟଲ ମହାପାତ୍ର, ସ୍ଵଛ ସାଥି ମିନତୀ ମହାରଣା, ରଞ୍ଜୁକ୍ତ ସାହୁ, ଅଞ୍ଜଳି ରାଉତ, ପରିମଳ ପର୍ଯ୍ୟବେକ୍ଷକ ଶିବରାମ ଚୌଧୁରୀ ଓ ମହେନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ | କାର୍ଯ୍ୟକ୍ରମ ରେ ମୁଖ୍ୟତଃ ସ୍ୱଛତାକୁ ଜୀବନର ଗୋଟିଏ ମନ୍ତ୍ର ଭାବେ ଗ୍ରହଣ କରି ଅନ୍ୟମାନଙ୍କୁ ସଚେତନ କରିବା ସଙ୍ଗେ ସଙ୍ଗେ ନିଜ ଘରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ପୃଥକୀକରଣ କରି ପରିଷଦର ବର୍ଜ୍ୟବସ୍ତୁ ବୁହା ଗାଡ଼ିରେ ଦେବା, ପାଇଖାନା ସେଫଟି ଟାଙ୍କି ବ୍ୟବହାର ଓ ସେସପୁଲ ଗାଡିଦ୍ୱାରା ପାଇଖାନା ଟାଙ୍କି ସଫା କରିବା ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା | ମହାସଂଘ ସମ୍ପାଦିକା ଅନିତା ଦାଶ ଓ କୋଷାଧ୍ୟକ୍ଷ୍ୟ ଭବାନୀ ସାହୁ ପ୍ରମିଳା ବେହେରା, ସନ୍ଧ୍ୟାରାଣୀ ପାତ୍ରଙ୍କ ସମେତ ଶତାଧିକ ମହିଳା ଯୋଗଦେଇଥିଲେ | ଶେଷରେ ଶିଶୁଲା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |
Sign in
Sign in
Recover your password.
A password will be e-mailed to you.