ପଦ୍ମପୁର :- ସ୍ଥାନୀୟ ଗୋରୁବଜାର ଠାରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଶାକଦ୍ବୀପ ଦୈବଜ୍ଞ ବ୍ରାହ୍ମଣ ମାନଙ୍କର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଉକ୍ତ ସମାରୋହରେ ସର୍ବ ପ୍ରଥମେ ସୂର୍ଯ୍ୟନାରାୟଣଙ୍କ ପୂଜା ବିଧିବଦ୍ଧ ଭାବରେ ହୋଇଥିଲା । ପଣ୍ଡିତ ନିତ୍ୟାନନ୍ଦ ପଣ୍ଡା ଙ୍କ ସଭାପତିତ୍ଵରେ ସଭା ଅନୁଷ୍ଠିତ ହୋଇ ଥିବା ଏହି ସଭାରେ ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ପଣ୍ଡିତ ଶ୍ରୀ ଆଶୁତୋଷ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସମାଜରେ ଶାକଦ୍ବୀପ ଦୈବଜ୍ଞ ବ୍ରାହ୍ମଣ ମାନଙ୍କର ସାମାଜିକ ସ୍ଥିତି ଉପରେ ଆଲୋଚନା କରିଥିଲେ । ଏହି ସଭାରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଶାକଦ୍ବୀପ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ର ସଭାପତି ଶ୍ରୀ ବିନାୟକ ଗୁରୁ, ଈଶ୍ୱର ଚନ୍ଦ୍ର ଗୁରୁ, ରାଜିବ ନାୟକ, ଚୂଡ଼ାମଣି ଗୁରୁ, ଭୂତେଶ୍ୱର ଗୁରୁ, ତୁଳସୀ ପ୍ରସାଦ ମହାପାତ୍ର, ନିରଞ୍ଜନ ନାୟକ, କ୍ଷୀର ସାଗର ମହାପାତ୍ର, ଟିକେରାମ ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ପଦ୍ମପୁର ଶାକଦ୍ବୀପ ଦୈବଜ୍ଞ ବ୍ରାହ୍ମଣ ସାମାଜର ସମ୍ପାଦକ ଗଙ୍ଗାଧର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post